ମୁଖ୍ୟ ଖବର
ଭୁବନେଶ୍ୱର: ପ୍ରଥମଥର ଶାସନ କ୍ଷମତାରେ ବିଜେଡି ନାହିଁ ସିନା ହେଲେ ଗତ ଭୋଟ ମାର୍ଜିନରେ ଦଳ ଏକ ନମ୍ବରରେ ରହିଛି । ସଂଗଠନକୁ ଆହୁରି ମଜଭୁତ କରି ଆଗେଇବାକୁ ଅଣ୍ଟା ଭିଡିଛି ଦଳ । ଗତ ଅଗଷ୍ଟ ୫ ତାରିଖରେ ଗଠିତ ଦଳର ସମନ୍ୱୟ କମିଟିକୁ ସହଯୋଗ କରିବା ଉଦ୍ଦେଶ୍ୟରେ ପରାମର୍ଶଦାତା କମିଟି, ସଦସ୍ୟତା ସଂଗ୍ରହ କମିଟି ଏବଂ କାର୍ୟ୍ୟକ୍ରମ କାର୍ୟ୍ୟାନ୍ୱୟନ କମିଟି ଗଠନ କରାଯାଇଛି। ବହୁ ବରିଷ୍ଠ ନେତାଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଇଛି।
ବିଜେଡି ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ କାର୍ୟ୍ୟକ୍ରମ କାର୍ୟ୍ୟାନ୍ୱୟନ କମିଟିରେ ସଞ୍ଜୟ କୁମାର ଦାସ ବର୍ମା ଆବାହକ ରହିଛନ୍ତି। ଏହି କମିଟିରେ ସଦସ୍ୟମାନେ ହେଲେ ପ୍ରଶାନ୍ତ କୁମାର ମୁଦୁଲି, ରାଜେନ୍ଦ୍ର କୁମାର ସାହୁ, କଳିକେଶ ନାରାୟଣ ସିଂଦେଓ, ସାନନ୍ଦ ମାର୍ଣ୍ଡି, ସୁଧିର କୁମାର ସାମଲ, ପ୍ରିତିରଞ୍ଜନ ଘଡାଇ, ପ୍ରଣବ କୁମାର ବଳବନ୍ତରାୟ, ଲତିକା ପ୍ରଧାନ, ବିକ୍ରମ କୁମାର ପଣ୍ଡା, ବ୍ରଜ କିଶୋର ପ୍ରଧାନ, ଧ୍ରୁବ ଚରଣ ସାହୁ, ଶ୍ରୀକାନ୍ତ ସାହୁ, ସୁଶାନ୍ତ କୁମାର ବେହେରା, ଅଧିରାଜ ମୋହନ ପାଣିଗ୍ରାହୀ, ଭୃଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ମନ୍ମଥ କୁମାର ରାଉତରାୟ, ମନୋରମା ମହାନ୍ତି, ଦିପାଳୀ ଦାସ ଏବଂ ବିଶ୍ୱ ରଞ୍ଜନ ମଲ୍ଲିକ।
Comments ସମସ୍ତ ମତାମତ