ଭୁବନେଶ୍ୱର: ପ୍ରଥମଥର ଶାସନ କ୍ଷମତାରେ ବିଜେଡି ନାହିଁ ସିନା ହେଲେ ଗତ ଭୋଟ ମାର୍ଜିନରେ ଦଳ ଏକ ନମ୍ବରରେ ରହିଛି । ସଂଗଠନକୁ ଆହୁରି ମଜଭୁତ କରି ଆଗେଇବାକୁ ଅଣ୍ଟା ଭିଡିଛି ଦଳ । ଗତ ଅଗଷ୍ଟ ୫ ତାରିଖରେ ଗଠିତ ଦଳର ସମନ୍ୱୟ କମିଟିକୁ ସହଯୋଗ କରିବା ଉଦ୍ଦେଶ୍ୟରେ ପରାମର୍ଶଦାତା କମିଟି, ସଦସ୍ୟତା ସଂଗ୍ରହ କମିଟି ଏବଂ କାର୍ୟ୍ୟକ୍ରମ କାର୍ୟ୍ୟାନ୍ୱୟନ କମିଟି ଗଠନ କରାଯାଇଛି। ବହୁ ବରିଷ୍ଠ ନେତାଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଇଛି।
ବିଜେଡି ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ସଦସ୍ୟତା ସଂଗ୍ରହ କମିଟିରେ ଅତନୁ ସବ୍ୟସାଚୀ ନାୟକ ଆବାହକ ଥିବା ବେଳେ ସଦସ୍ୟ ଭାବେ ରାଜେନ୍ଦ୍ର ଢେ଼ାଲକିଆ, କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ରବିନ୍ଦ୍ର କୁମାର ଜେନା, ଚନ୍ଦ୍ର ସାରଥୀ ବେହେରା, ମୁଜିବୁଲ୍ଲା ଖାନ୍, ଅନନ୍ତ ନାରାୟଣ ଜେନା, ଡ଼ ଅମର ପଟ୍ଟନାୟକ, ଡ଼ ରାଜଶ୍ରୀ ମଲ୍ଲିକ, ଜଗନ୍ନାଥ ସାରକା, ବିଜୟ ନାୟକ, ସର୍ମିଷ୍ଠା ସେଠି, ଉମାକାନ୍ତ ସାମନ୍ତରାୟ, ସଞ୍ଜିବ କୁମାର ମଲ୍ଲିକ, ମୁକେଶ କୁମାର ପାଲ, ନିରଞ୍ଜନ ବିଶି, ସୁଭାଶିଷ ଖୁଣ୍ଟିଆ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଗୌତମବୁଦ୍ଧ ଦାସ, ଯୋଗେଶ କୁମାର ସିଂ, ଅରବିନ୍ଦ ମହାପାତ୍ର ଏବଂ ଡ଼ ରମାକାନ୍ତ ଭୋଇ।
Comments ସମସ୍ତ ମତାମତ