ମୁଖ୍ୟ ଖବର
ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ୨୦୧୪ ଏବଂ ୨୦୧୯ର ବିଜେପି ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ ତାଙ୍କର ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି। ଆଜି ଶଙ୍ଖ ଭବନଠାରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଶ୍ରୀ ନାୟକ ଏବଂ ଅନ୍ୟମାନଙ୍କୁ ଉପେଢୗକନ ଦେଇ ଦଳକୁ ସ୍ବାଗତ କରିଛନ୍ତି। ଏହାସହ ଶ୍ରୀ ମଙ୍ଗରାଜ କହିଛନ୍ତି ଯେ ପାଟଣା ନିର୍ବାଚନ ମଣ୍ଡଳୀରେ ବିଜେଡିର ଦଳୀୟ ସଂଗଠନ ଆହୁରି ମଜବୁତ୍ ହେବ।
ଏହି ମିଶ୍ରଣ ପର୍ବରେ ପୂର୍ବତନ ବିଜେପି ମଣ୍ଡଳ ସଭାପତି ଈଶ୍ୱର ଚନ୍ଦ୍ର ନାଏକ, ଅଖିଳ ଭାରତୀୟ ଗୋଣ୍ଡୱାନା ମହାସଭା ସଭାପତି ଚନ୍ଦ୍ରମୋହନ ନାଏକ, ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଭାରତୀୟ ମଜଦୁର ସଂଘ ନିରାପତ୍ତା ସମ୍ପାଦକ ରବୀନ୍ଦ୍ର ନାଏକ, ସାହାରପଡ଼ାର ପୂର୍ବତନ ସରପଞ୍ଚ ପାର୍ବତୀ ହୋ, ସାଉଁଟି ସମାଜର ଉପସଭାପତି ତାରାମଣି ନାୟକ, ଜୁଆଙ୍ଗ ସାଂସ୍କୃତିକ ସମାଜର ସମ୍ପାଦକ ଚିନ୍ତାମଣି ଜୁଆଙ୍ଗ, ଝୁମ୍ପୁରା ବ୍ଲକ ଭାରତ ଶାନ୍ତି କମିଟିର ସଭାପତି ନାରାୟଣ ସାହୁ, କେନ୍ଦୁଝର ଜିଲ୍ଲା ବିର୍ଶା ମୁଣ୍ଡା ହୋ ସମାଜର ଉପଦେଷ୍ଟା ଜୀବନ ସିଂହ ମୁଣ୍ଡାଙ୍କ ସମେତ ବହୁ ବିଜେପି କର୍ମୀ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, କେନ୍ଦୁଝର ଜିଲ୍ଲା ସହ-ପର୍ୟ୍ୟବେକ୍ଷକ ସୁବ୍ରତ ଛାଟୋଇ, ବରିଷ୍ଠନେତା ତଥା ଚିଲିକା ନିର୍ବାଚନମଣ୍ଡଳୀର ପର୍ୟ୍ୟବେକ୍ଷକ ସୌମ୍ୟଶଙ୍କର ଚକ୍ର (ରାଜା) ଉପସ୍ଥିତ ଥିଲେ।ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ଧନ୍ୟବାଦ ଦେଇଥିଲେ ।
Comments ସମସ୍ତ ମତାମତ