Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଭୁବନେଶ୍ବର ଜିଲ୍ଲା ବିଜେଡି କମିଟି ପରିବର୍ଦ୍ଧିତ

    Share on :
    ajab-Image
    Date: Nov 11, 2023    Views: 3103

    ଚନ୍ଦ୍ରଶେଖରପୁର: ଭୁବନେଶ୍ବର ଜିଲ୍ଲା ବିଜେଡି ସଂଗଠନକୁ ସୁଦୃଢ଼ କରିବା ପାଇଁ ଆଜି ସାଂଗଠନିକ କମିଟିର କଳେବର ବୃଦ୍ଧି କରାଯାଇଛି। ଏକାମ୍ର, ମଧ୍ୟ ଓ ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀରେ ଦଳର ‌ଦବଦବା ଜାରି ରଖିବାକୁ ବରିଷ୍ଠ ନେତାମାନଙ୍କୁ ବିଭିନ୍ନ ପଦପଦବିରେ ଅବସ୍ଥାପିତ କରାଯାଇଛି। ଜିଲ୍ଲା ସଭାପତି ବିଧାୟକ ସୁଶାନ୍ତ କୁମାର ରାଉତ ପରିବର୍ଦ୍ଧିତ ହୋଇଥିବା କମିଟିରେ ୫ଜଣ ଉପଦେଷ୍ଟା, ୭ଜଣ ସାଧାରଣ ସମ୍ପାଦକ ଓ ୭ଜଣ ସମ୍ପାଦକଙ୍କୁ ସାମିଲ କରିଛନ୍ତି। ମନମୋହନ ପଟ୍ଟନାୟକ, ମନୋରଞ୍ଜନ ମହାନ୍ତି, ବୁଦ୍ଧିରାମ ସାହୁ, କୃଷ୍ଣଚନ୍ଦ୍ର ଦାସ, ନିମେଇ ଦାସଙ୍କ ଭଳି ବରିଷ୍ଠମାନଙ୍କୁ ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଛି। ଲୋକେଶ କୁମାର, ପ୍ରଫୁଲ୍ଲ ଜେନା, ଶୁଭ୍ରାଂଶୁ ପଟ୍ଟନାୟକ, ଅଶୋକ ବେହେରା, ସୁଚିତ୍ରା ବେହେରା, ପ୍ରଦୀପ ରଥଙ୍କୁ ସାଧାରଣ ସମ୍ପାଦକ ଏବଂ ଅଶୋକ ସ୍ୱାଇଁ, କାଳନ୍ଦୀ ପ୍ରଧାନ, ସଞ୍ଜୀବ ପାତ୍ର, ତପନ ରାଉତରାୟ, ଶ୍ୟାମସୁନ୍ଦର ମହାନ୍ତି, କୃଷ୍ଣଚନ୍ଦ୍ର ନାୟକ ଓ ରବୀନ୍ଦ୍ର କୁମାର ସ୍ୱାଇଁଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଦଳ ଯେମିତି ୨୦୨୪ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ, ତାହାକୁ ଗୁରୁତ୍ବ ଦେଇ ଏହି ନିଷ୍ପତ୍ତି ନିଆଯାଇଛି। 

    Maximum 500 characters

    ରାଜନୀତି View all

    Find Us on Facebook