Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡିରେ ମିଶିଲେ ବିଜେପିର ୨୦୦ କର୍ମୀ

    Share on :
    ajab-Image
    Date: Sep 30, 2023    Views: 3611

    ଭୁବନେଶ୍ବର: ବିଜେଡିରେ ମିଶିଲେ ବିଜେପିର ୨୦୦ କର୍ମୀ । ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ ୪୦ରୁ ୨୦୦ ବିଜେପି କର୍ମୀ ଆଜି ବିଧିବଦ୍ଧ ଭାବେ ବିଜେଡ଼ିରେ ସାମିଲ ହୋଇଛନ୍ତି। ପୂର୍ବତନ ବିଜେପି ମହିଳା ମୋର୍ଚ୍ଚା ସମ୍ପାଦିକା ପାୟଲ ପଲ୍ଲବୀ ଦାଶ ଓ ପୂର୍ବତନ ଯୁବ ବିଜେପି ମୋର୍ଚ୍ଚା ଉପ ସଭାପତି ଅଭିଳାସ ଦାଶ ( ଲାଲା )ଙ୍କ ନେତୃତ୍ୱରେ ଏହି କର୍ମୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ୱାର୍ଡ ନଂ ୪୦ କର୍ପୋରେଟର ଆସିୟା ବେଗମଙ୍କ ପୌତାହିତ୍ୟରେ ଆୟୋଜିତ ମିଶ୍ରଣ ପର୍ବ ଓ ଯୁବ ଛାତ୍ର ବିଜେଡିର ବନ୍ଧୁମିଳନ କାର୍ୟ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ୱରେ ସାମିଲ ହୋଇଥିଲେ। କାର୍ୟ୍ୟକ୍ରମକୁ ବିଜେଡି ନେତା ଫିରୋଜ ଖାଁ କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହି ମିଶ୍ରଣ ପର୍ବ ଯୋଗୁ ଆଗକୁ ବିଜେଡି ଆହୁରି ଅଧିକ ଶକ୍ତିଶାଳୀ ହୋଇଛି।

    Maximum 500 characters

    ରାଜନୀତି View all

    Find Us on Facebook