Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟରେ ଗଠନ ହେଲା ବିଜୁ ଶ୍ରମିକ ସାମ୍ମୁଖ୍ୟ

    Share on :
    ajab-Image
    Date: Sep 17, 2023    Views: 3587

    ଭୁବନେଶ୍ୱର: ରାଜ୍ୟରେ ଗଠନ ହେଲା ବିଜୁ ଶ୍ରମିକ ସାମ୍ମୁଖ୍ୟ । ପ୍ରଣବ ପ୍ରକାଶ ଦାସଙ୍କୁ ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ଦେଲେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ସେହିଭଳି ଉପଦେଷ୍ଟା ଭାବେ ଦେବାଶିଷ ସାମନ୍ତରାୟ ଏବଂ ପ୍ରଭାସ କୁମାର ସିଂଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ପ୍ରଫୁଲ କୁମାର ମଲ୍ଲିକ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।

    ସେକ୍ରେଟାରୀ ଜେନେରାଲ ଭାବେ ସୁବାସ ସିଂଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । କେନ୍ଦ୍ରୀୟ ସଂଯୋଜକ ଭାବେ ୧୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ । ପ୍ରୀତି ରଞ୍ଜନ ଘଡାଇ, ପ୍ରଣବ କୁମାର ବଳବନ୍ତରାୟ, ନିରଞ୍ଜନ ବିଶି, ବିକ୍ରମ କୁମାର ପଣ୍ଡା, ଯୁଗଳ କିଶୋର ନାୟକ, ନବ କିଶୋର ମହାନ୍ତ, ପଞ୍ଚାନନ ସେନାପତି, ବୈଦ୍ୟନାଥ ଦାସ, ରଜୀବ ମହାନ୍ତି, ଜଗଦୀଶ ବିଶ୍ବାଳଙ୍କୁ କେନ୍ଦ୍ରୀୟ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି ।

    Maximum 500 characters

    ରାଜନୀତି View all

    Find Us on Facebook