Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଅଜଣା ସୂତ୍ରରୁ ବିଜେଡି ପାଇଛି ୨୯୧ କୋଟି ଚାନ୍ଦା: ଏଡିଆର ରିପୋର୍ଟ

    Share on :
    ajab-Image
    Date: May 18, 2023    Views: 3751

    ଭୁବନେଶ୍ୱର:  ଆସୋସିଏସନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମସ ବା ଏଡିଆର ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ଦେଶରେ ଆଞ୍ଚଳିକ ଦଳଗୁଡିକର ପାଣ୍ଠି ଉତ୍ସକୁ ନେଇ ରିପୋର୍ଟ ପ୍ରକାଶ କରାଯାଇଛି। ଏହି ରିପୋର୍ଟରେ ଆଖି ଖୋସି ହେଲା ଭଳି ତଥ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଦେଶର ୨୭ଟି ଆଞ୍ଚଳିକ ଦଳ ଅଜଣା ସୂତ୍ରରୁ ୧୧୬୫ କୋଟି ଟଙ୍କା ଚାନ୍ଦା ଆକାରରେ ପାଇଛନ୍ତି। ଏଥିପାଇଁ ଏଡିଆର ୨୭ଟି ଆଞ୍ଚଳିକ ଦଳ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ଅଡିଟ ରିପୋର୍ଟରୁ ଜଣାଯାଇଛି। ସେଥିରୁ ମାତ୍ର ୧୪୫.୪୨ କୋଟି ଟଙ୍କା ଅର୍ଥାତ୍ ୧୨.୪୭୬ ପ୍ରତିଶତ ଆୟ ଉପରେ ଦାତାଙ୍କ ସମ୍ପର୍କରେ ସୂଚନା ରହିଛି।ସେହି ଆଞ୍ଚଳିକ ଦଳଗୁଡିକ ମଧ୍ୟରେ ତାମିଲନାଡୁର ଆଞ୍ଚଳିକ ଦଳ ଡିଏମକେ ଶୀର୍ଷରେ ରହିଥିବା ବେଳେ ବିଜେଡି ଦ୍ୱିତୀୟ ସ୍ଥାନରେ ରହିଛି। ଅଜଣା ସୂତ୍ରରୁ ଡିଏମକେ ୩୦୬ କୋଟି ଟଙ୍କା ପାଇଥିବା ବେଳେ ଓଡ଼ିଶାର ଆଞ୍ଚଳିକ ଦଳ ବିଜେଡି ପାଇଛି ୨୯୧ କୋଟି ଟଙ୍କା ଏବଂ ୧୫୩ କୋଟି ସହ ତେଲେଙ୍ଗାନାର ଆଞ୍ଚଳିକ ଦଳ ଟିଆରଏସ୍ ତୃତୀୟରେ ରହିଛି।
    ଅଜଣା ସୂତ୍ରରୁ ସର୍ବାଧିକ ଚାନ୍ଦା ପାଇଥିବା ଆଞ୍ଚଳିକ ଦଳଗୁଡିକ ମଧ୍ୟରେ ଡିଏମକେ ଶୀର୍ଷରେ ରହିଥିବା ବେଳେ ବିଜେଡି ଦ୍ୱିତୀୟ ସ୍ଥାନରେ ରହିଛି। ଏଡିଆର ରିପୋର୍ଟରୁ ଆହୁରି ଜଣାପଡିଛି ଯେ, ବିଜେଡି ୨୦୨୧-୨୨ ବର୍ଷରେ ମୋଟ ୩୦୭ କୋଟି ଟଙ୍କା ଚାନ୍ଦା ପାଇଛି। ସେଥିରୁ ୯୪.୭୩ ପ୍ରତିଶତ ଅର୍ଥାତ୍ ୧୯୧.୦୯୬ କୋଟି ଟଙ୍କା ଅଜଣା ସୂତ୍ରରୁ ସଂଗ୍ରହ କରିଛି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook