Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେଡି ୧୮ ହଜାର ୨୪୬ ଭୋଟରେ ଆଗୁଆ

    Share on :
    ajab-Image
    Date: May 13, 2023    Views: 3557

    ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଜାରି ରହିଛି ।  ଭୋଟ ଗଣତି ଜାରି ରହିଥିବାବେଳେ ବିଜେଡି ଆଗକୁ ଆଗକୁ ମାଡ଼ି ଚାଲିଛି ।  ରାଉଣ୍ଡ ପରେ ରାଉଣ୍ଡ ଭୋଟ ଗଣତି ଆଗକୁ ଚାଲିଥିବାବେଳେ ବିଜେଡିର ଦୀପାଳି ଦାସଙ୍କ ଭୋଟ ବ୍ୟବଧାନ ବି ବଢିଚାଲିଛି ।  ପ୍ରଥମ ରାଉଣ୍ଡରୁ ହିଁ ବିଜେଡି  ଉଭୟ ବିଜେପି ଓ କଂଗ୍ରେସ ସହ ଅନ୍ୟ ପ୍ରାର୍ଥୀଙ୍କୁ ପଛରେ ପକାଇ ଆଗକୁ ମାଡ଼ିଚାଲିଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ  ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡିର ଦୀପାଳି ଦାସ ୧୮ ହଜାର ୨୪୬ ଭୋଟରେ ଆଗୁଆ ଅଛନ୍ତି । ତେବେ ଏମିତି ଯଦି ଟ୍ରେଣ୍ଡ ଜାରି ରୁବେ ତେବେ ବିଜେଡି ଯେଉଁ ୫୦ ହଜାର ଭୋଟ ବ୍ୟବଧାନରେ ଜିତିବ ବୋଲି ଆଗରୁ କହିଆସୁଥିଲା ତାହା ସତରେ ପରିଣତ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । 

    ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଜାରି ରହିଛି ।   କାହାର ହେବ ଝାରସୁଗଡ଼ା । କିଏ ମାରିବ ବାଜି। ଇଭିଏମ୍‌ରୁ କହିବ କଣ ହେବ ୯ ପ୍ରାର୍ଥୀଙ୍କ ଭାଗ୍ୟ। କାହା ମୁଣ୍ଡରେ ସୁନା କଳସ ଢ଼ାଳିବ ହାତୀ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ କାଉଣ୍ଟିଂ ଆରମ୍ଭ ହୋଇଛି ଭୋଟ ଗଣତି ।   ତେବେ ସପ୍ତମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡିକୁ ୪୦୨୨୦ଟି ଭୋଟ ମିଳିଥିବାବେଳେ ବିଜେପିକୁ ୨୧୯୭୪ ଓ କଂଗ୍ରେସକୁ ମାତ୍ର ୨୩୫୯ଟି ଭୋଟ ମିଳିଛି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook