Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡ଼ି ଝାରସୁଗୁଡ଼ା ଜିଲ୍ଲାକୁ ପୁଣିଥରେ ମନ୍ତ୍ରୀ ପଦ ଦେଇପାରେ

    Share on :
    ajab-Image
    Date: May 13, 2023    Views: 3435

    ଝାରସୁଗୁଡ଼ା: ରାଜ୍ୟ ମନ୍ତ୍ରୀମଣ୍ଡଳର ସମ୍ଭାବ୍ୟ ସଂପ୍ରସାରଣକୁ ନେଇ ଏବେ ସବୁଠି ଚର୍ଚ୍ଚା । ସଦ୍ୟ ସଂପନ୍ନ ଝାରସୁଗୁଡ଼ା ଉପ ନିର୍ବାଚନକୁ ନେଇ ରାଜନୈତିକ ମହଲ ଏବେ ଫଳାଫଳକୁ ନେଇ ଅଙ୍କ କଷିବାରେ ବ୍ୟସ୍ତ ଥିବା ବେଳେ ମନ୍ତ୍ରୀମଣ୍ଡଳର ସଂପ୍ରସାରଣର ସଂକେତ ଭିନ୍ନ ଭିନ୍ନ ଚର୍ଚ୍ଚାକୁ ଜନ୍ମ ଦେବାରେ ଲାଗିଛି।
    ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡ଼ି ଝାରସୁଗୁଡ଼ା ଜିଲ୍ଲାକୁ ଗୁରୁତ୍ୱ ପ୍ରଦାନ ପୂର୍ବକ ପୁଣିଥରେ ମନ୍ତ୍ରୀ ପଦ ଦେଇପାରେ ଏଭଳି ଚର୍ଚ୍ଚା ଦଳ ଭିତରେ ଏବଂ ବାହାରେ ହେବାରେ ଲାଗିଛି । ଶୁକ୍ରବାର ଏକ ରାଜନୈତିକ ଘଟଣାକ୍ରମରେ ବିଧାନସଭା ବାଚସ୍ପତି ଏବଂ ଦୁଇ ମନ୍ତ୍ରୀ ଇସ୍ତଫା ଦେବା ପରେ ନବୀନଙ୍କ ଏହି ପଞ୍ଚମ ପାଳିର ସମ୍ଭବତଃ ଶେଷ ଥର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବାକୁ ଯାଉଛି । ଦିନେ ଦୁଇ ଦିନ ମଧ୍ୟରେ ମନ୍ତ୍ରୀମଣ୍ଡଳ ପୂନର୍ଗଠନ ହେବାର ସମ୍ଭାବନା ଥିବାରୁ ଝାରସୁଗୁଡ଼ା ଜିଲ୍ଲାକୁ ପୁଣିଥରେ ମନ୍ତ୍ରୀ ପଦ ମିଳିବ କି ବୋଲି ଚର୍ଚ୍ଚା ହେଉଛି । ବ୍ରଜରାଜନଗରରୁ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ଏବେ ବିଧାୟିକା ଥିବା ବେଳେ ଝାରସୁଗୁଡ଼ାରୁ ଉପ ନିର୍ବାଚନ ଫଳ ପ୍ରକାଶିତ ହୋଇ ନ ଥିଲେ ହେଁ ସ୍ୱର୍ଗତ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜୟ ନେଇ ଦଳ ଆଶାବାଦୀ ରହିଛି । ଯଦି ଆଶାନୁରୂପ ଫଳ ହୁଏ ତାହେଲେ ଦୀପାଳିଙ୍କୁ ମଧ୍ୟ ମନ୍ତ୍ରୀ ହେବାର ସୁଯୋଗ ଦେବାକୁ ବିଜେଡ଼ି ପଛାଇବ ନାହିଁ ବୋଲି ରାଜନୈତିକ ମହଲର ମତ ।

    Maximum 500 characters

    ରାଜନୀତି View all

    Find Us on Facebook