Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ଗାଁ ଗାଁକୁ ଯିବା ପାଇଁ ବିଜେଡି ନେତାଙ୍କୁ ନିର୍ଦ୍ଦେଶ

    Share on :
    ajab-Image
    Date: Mar 12, 2023    Views: 3130

    ଭୁବନେଶ୍ୱର:   ୨୦୨୪ନିର୍ବାଚନ ପାଇଁ ଏବେଠୁ ପାଗ ଭିଢା ଆରମ୍ଭ କଲେଣି ରାଜନୈତିକ ଦଳ । କିଏ କେଉଁ ତରିକାରେ ଲଢିବ ସେନେଇ ରୋଡ୍ ମ୍ୟାପ୍ ମଧ୍ୟ ପ୍ରସ୍ତୁତ ହେଲାଣି । ବିଜେଡି, କେନ୍ଦ୍ର ଅବହେଳା ନାରା ଦେଇ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ଲକ୍ଷ୍ୟ ରଖିଛି । ଏନେଇ ତୃଣମୂଳ ସ୍ତରରୁ କେନ୍ଦ୍ର ଅବହେଳା ଅଭିଯାନ ଆରମ୍ଭ କରିବ ଶାସକ ଦଳ । ୫ କେ.ଜି. ଚାଉଳ କେନ୍ଦ୍ର କାଟିବା, ଆବାସ ଯୋଜନା, ଗ୍ୟାସ ଦର ବୃଦ୍ଧି ଏଗୁଡିକୁ ନିର୍ବାଚନୀ ପ୍ରସଙ୍ଗ କରି କେନ୍ଦ୍ର ବିରୁଦ୍ଧରେ ଯୁଦ୍ଧଂ ଦେହି ଡାକରା ଦେବ ବିଜେଡି ।

    ସେପଟେ ଓଡିଶାରେ କ୍ଷମତାକୁ ଆସିବା ପାଇଁ କେନ୍ଦ୍ରୀୟ ନେତୃତ୍ୱ ସ୍ୱତନ୍ତ୍ର ପ୍ଲାନ୍ କରିଛନ୍ତି । ଆସନ୍ତା ୨୬ ତାରିଖରେ ଆସୁଛନ୍ତି ବିଜେପିର ଚାଣକ୍ୟ ତଥା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭଦ୍ରକରେ ଏକ ବିଶାଳ ସମାବେଶ କରି ନିର୍ବାଚନୀ ବିଗୁଲ ବଜାଇବେ । ଏପିରିକି ଆଗାମୀ ଦିନରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡିଶା ଆସିବାର କାର୍ୟ୍ୟକ୍ରମ ରହିଛି । ଖାଲି ସେତିକି ନୁହେଁ ରାଜ୍ୟ ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିବ ବିଜେପି । ଆଇନ ଶୃଙ୍ଖଳା, ଭ୍ରଷ୍ଟାଚାର, କେନ୍ଦ୍ରୀୟ ଯୋଜନାକୁ ହାଇଜ୍ୟାକ୍ ଆଦି ପ୍ରସଙ୍ଗରେ ଶାସକ ଦଳ ବିରୋଧରେ ଜନମତ ପ୍ରଭାବିତ କରିବା ପାଇଁ ଉଦ୍ୟମ କରିବ ବିଜେପି ।
    ବିଜେପି, ବିଜେଡି ରାଜନୈତିକ ଲଢେଇ ଭିତରେ ନିଜର ଉପସ୍ଥିତି ଜାହିର କରିଛି କଂଗ୍ରେସ । ଦରଦାମ ବୃଦ୍ଧି ପ୍ରସଙ୍ଗରେ ମଝିରେ ମଝିରେ ରାସ୍ତାକୁ ଓହ୍ଲାଇ କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ବି ସ୍ପଷ୍ଟ କରିଛି । ୨୦୧୯ ନିର୍ବାଚନ ପରେ ବିଜେଡି, ବିଜେପି ଭିତରେ ସେଭଳି ଜବରଦସ୍ତ ଲଢେଇ ଦେଖିବାକୁ ମିଳି ନଥିଲା । ଏପରିକି ପଂଚାୟତ ଓ ପୌର ନିର୍ବାଚନ ଏକପାଖିଆ ବିଜେଡି କବ୍ଜା କରିଥିଲା । ତେଣୁ ୨୦୨୪ ନିର୍ବାଚନ ପାଇଁ ଏବେଠୁ ମାହୋଲ ପ୍ରସ୍ତୁତ କଲେଣି ବିଜେଡି ବିଜେପି ।

    Maximum 500 characters

    ରାଜନୀତି View all

    Find Us on Facebook