Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଚାଉଳ କାଟି ଦେଇଛନ୍ତି କେନ୍ଦ୍ର ସରକାର:ବିଜେଡି

    Share on :
    ajab-Image
    Date: Jan 6, 2023    Views: 3699

    ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହେବାକୁ ନେଇ ଆପତ୍ତି ଉଠାଇଲା ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି ୩ କୋଟି ୨୫ ଲକ୍ଷ ଲୋକଙ୍କୁ ୫ କେଜି ଚାଉଳ ଏନଏଫଏସଏ ସ୍କିମରେ ଦିଆଯାଏ ଏବଂ ଆଉ ୫ କେଜି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦିଆଯାଉଥିଲା। ଦୁର୍ଭାଗ୍ୟର ବିଷୟ ୧୦ କେଜି ଚାଉଳରୁ ୫ କେଜି ଚାଉଳ କାଟି ଦେଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ବନ୍ଦ କରି ଦିଆଗଲା । ଯାହା ଦ୍ୱାରା ଓଡ଼ିଶାର କେବଳ ଗରିବ ପରିବାର ହଇରାଣ ହେଲେନି ବରଂ ଚାଷୀ ଭାଇ ମାନେ ମଧ୍ୟ ହନ୍ତସନ୍ତ ହେବେ । କାରଣ ଚାଷୀ ମାନେ ଏହି ଯୋଜନାରେ ଉପକୃତ ହେଉଥିଲେ । କାରଣ ଏହି ଯୋଜନା ଚାଲୁଥିବା କାରଣରୁ ଅଧିକ ଚାଉଳର ଆବଶ୍ୟକତା ପଡୁଥିଲା । ସରକାର ଅଧିକ ଚାଉଳ କିଣୁଥିଲେ । ଯାହାଦ୍ୱାରା ଚାଷୀ ଭାଇ ଉପକୃତ ହେଉଥିଲେ । ଅଧିକ ଧାନ ସଂଗ୍ରହ ଫଳରେ ଚାଷୀ ଭାଇ ମାନେ ଏମଏସପି ଦରରେ ଚାଉଳ ବିକୁଥିଲେ । କିନ୍ତୁ କମ ଧାନ ସଂଗ୍ରହ ଫଳରେ ଚାଷୀ ଭାଇ ମାନେ ବଳକା ଚାଉଳ ଏମଏସପି ଦରରେ ବିକ୍ରି କରିପାରିବେନି । ତେଣୁ ବାହାରେ କମ ଦରରେ ଧାନ ବିକିବାକୁ ବାଧ୍ୟ ହେବେ ଚାଷୀ । ଯାହା ଚାଷୀ ଭାଇଙ୍କୁ ଆର୍ଥିକ ସ୍ତରରେ ଦୁର୍ବଳ କରିବ ।
    କୋଭିଡ ମହାମାରୀ ପରେ ଜୀବନଜୀବିକା ସ୍ୱାଭାବିକ ହୋଇନି । ଅନେକ ଲୋକ ଏବେ ବି ଆର୍ଥିକ ବୋଝରେ ଯୁଝି ହେଉଛନ୍ତି । କିନ୍ତୁ କେନ୍ଦ୍ର ଏହାକୁ ଦୃଷ୍ଟିରେ ନରଖି ସିଧାସଳଖ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରିଛନ୍ତି । କିନ୍ତୁ ଏହା କେତେ ଲୋକଙ୍କୁ ଯେ ଭୟଙ୍କର ଭାବେ ପ୍ରଭାବିତ କରିବ ତାହା କେନ୍ଦ୍ର ସରକାର କେବେ କଳ୍ପନା ମଧ୍ୟ କରିନାହାନ୍ତି ।
    ଓଡ଼ିଶାର ଅନେକ ପରିବାର ଏହି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଅପେକ୍ଷା କରିଥିଲେ ବି ସେମାନେ ଅନ୍ତର୍ଭୁକ୍ତ ହୋଇ ପାରୁନାହାନ୍ତି । କାରଣ କେନ୍ଦ୍ର ସରକାର ଗୋଟେ ପୁରୁଣା ତାଲିକାକୁ ନେଇ ଚାଲୁଛନ୍ତି । ଆମେ ହିତାଧିକାରୀ ମାନଙ୍କୁ ଯୋଡିବାକୁ ଚାହୁଁଥିଲେ ବି ହୋଇ ପାରୁନି । ଯାହା କେନ୍ଦ୍ରର ଓଡ଼ିଶା, ଗରିବ ପରିବାର ଓ ଚାଷୀ ବିରୋଧୀ ନୀତିକୁ ଦର୍ଶାଉଛି । ତେଣୁ ଏହି ମାସରୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆରମ୍ଭ କରାଯାଉ ବୋଲି ବିଜେଡି ଦାବି କରିଛି । ଯେପର୍ୟ୍ୟନ୍ତ କେନ୍ଦ୍ର ଏହାକୁ ଲାଗୁ କରିନାହିଁ ସେପର୍ୟ୍ୟନ୍ତ ସଂସଦରୁ ପୁରପଲ୍ଲୀ ପର୍ୟ୍ୟନ୍ତ ଏହି ଦାବି ଦୋହରାଇବ ବିଜେଡି ।

    Maximum 500 characters

    ରାଜନୀତି View all

    Find Us on Facebook