Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପଦ୍ମପୁର ଉପନିର୍ବାଚନ ପାଇଁ ଦାୟିତ୍ୱ ବାଣ୍ଟିଲା ବିଜେଡି

    Share on :
    ajab-Image
    Date: Nov 9, 2022    Views: 3576

    ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନ ପାଇଁ ନେତାଙ୍କୁ ଦାୟିତ୍ୱ ବାଣ୍ଟିଛି ବିଜେଡି। ନିର୍ବାଚନ ମଣ୍ଡଳୀରେ ପ୍ରଚାର ଓ ପରିଚାଳନା ଦାୟିତ୍ୱ ପ୍ରସନ୍ନ ଆଚାର୍ୟ୍ୟ ଓ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଦିଆଯାଇଛି।

    ସେହିପରି ପ୍ରାଥମିକ ପର୍ୟ୍ୟାୟରେ ତିନି ବ୍ଲକ ଦାୟିତ୍ୱରେ ତିନି ଜଣ ମନ୍ତ୍ରୀ ରହିବେ। ପଦ୍ମପୁର ବ୍ଳକ ଦାୟିତ୍ୱରେ ରହିବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ପାଇକମାଳ ଦାୟିତ୍ୱରେ ରହିବେ ମନ୍ତ୍ରୀ ନବ ଦାସ। ଝାରବନ୍ଧ ଦାୟିତ୍ୱରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ରହିବେ।

    ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜୋନ ଦାୟିତ୍ୱରେ ରହିବେ ପଶ୍ଚିମ ଓଡ଼ିଶାର ଅନେକ ନେତା। ମନ୍ତ୍ରୀ ଟୁକୁନି ସାହୁ, ଦେବେଶ ଆଚାର୍ୟ୍ୟ, ସ୍ନେହାଙ୍ଗିନୀ ଛୁରିଆ, ରୀତା ସାହୁ, ସରୋଜ ମେହେର , ପୁଷ୍ପେନ୍ଦ୍ର ସିଂ ଦେଓ, ନିରଞ୍ଜନ ବିଶି ଓ ରୋହିତ ପୂଜାରୀଙ୍କ ଭଳି ନେତାଙ୍କୁ ଜୋନ ଦାୟିତ୍ୱ ଦିଆଯାଇଛି।
    ପ୍ରାଥମିକ ପର୍ୟ୍ୟାୟରେ ଏହି ସମସ୍ତ ନେତାଙ୍କୁ ଦାୟିତ୍ୱ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ ନେତାଙ୍କୁ ବି ଦଳ ଦାୟିତ୍ୱ ଦେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ବିଜେଡି ଏଠାରୁ କାହାକୁ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇନି। ଦ୍ମପୁରର ଦିବଂଗତ ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ପତ୍ନୀ ଟିକେଟ୍ ଆଶାୟୀ ଥିବା ଜଣାପଡ଼ିଛି। କିନ୍ତୁ ଦଳ ଭିତରେ ଏହାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଥିବା ମଧ୍ୟ ଜଣାପଡ଼ିଛି।

    ସୂଚନାଯୋଗ୍ୟ, ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଡିସେମ୍ବର ୫ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଡିସେମ୍ବର ୮ ତାରିଖରେ ଫଳାଫଳ ଘୋଷଣା କରାଯିବ।

    Maximum 500 characters

    ରାଜନୀତି View all

    Find Us on Facebook