Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସ୍ପଷ୍ଟ ସଂକେତ ଦେଇଛି ଧାମନଗର ନିର୍ବାଚନ : ବିଜେଡି ପ୍ରାର୍ଥୀ ଅପରାଜେୟ ନୁହନ୍ତି

    Share on :
    ajab-Image
    Date: Nov 7, 2022    Views: 3985

    ଭୁବନେଶ୍ବର: ଦୀର୍ଘ ୨୨ବର୍ଷ ଧରି କ୍ଷମତାରେ ଥିବା ବିଜୁ ଜନତା ଦଳକୁ ଧାମନଗର ଉପନିର୍ବାଚନରେ ପରାଜୟ ଶକ୍ତ ଧକ୍କା ଦେଇଛି। ବିଜେଡି ଗୋଟିକ ପରେ ଗୋଟିଏ ଉପନିର୍ବାଚନ ଜିତି ଯେଉଁ ରେକର୍ଡ ସୃଷ୍ଟି କରିଥିଲା ଧାମନଗର କ୍ଷେତ୍ରରେ ତାହାକୁ ଦୋହରାଇବା ସମ୍ଭବ ହୋଇନାହିଁ। ଧାମନଗର ନିର୍ବାଚନରେ ବିଜେପି ଜିତିବା ତୁଳନାରେ ବିଜେଡିର ପରାଜୟ ରାଜ୍ୟ ରାଜନୀତିରେ ଏବେ ସର୍ବାଧିକ ଚର୍ଚ୍ଚାର ବିଷୟ ହୋଇଛି। ସାଧାରଣ ନିର୍ବାଚନ ପରଠୁ ବିଜେପୁରଠାରୁ ଆରମ୍ଭ କରି ପାଟକୁରା, ବାଲେଶ୍ବର, ତିର୍ତ୍ତୋଲ, ପିପିଲି ଏବଂ ବ୍ରଜରାଜନଗର ପର୍ୟ୍ୟନ୍ତ ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେଡି ଏକତରଫା ବହୁ ଭୋଟ ବ୍ୟବଧାନରେ ଜିତି ଆସୁଥିଲା। ପ୍ରତିଟି ଉପନିର୍ବାଚନ ପାଇଁ ଶାସକ ଓ ବିରୋଧୀ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଯେଉଁ ପ୍ରତିଯୋଗିତା ହେଉଥିଲା, ଏହାର ଫଳାଫଳ ଯେ ବିଜେଡି ସପକ୍ଷରେ ଯିବ ଏବଂ ବିଜେଡି ପ୍ରାର୍ଥୀ ନିଶ୍ଚିତ ଜିତିବେ ଏକଥାକୁ ଅନେକ ଅନାୟାସରେ ବିଶ୍ବାସ କରିଯାଉଥିଲେ। କାରଣ ବିଜେଡିର ରଣନୀତି ଆଗରେ ବିରୋଧୀଙ୍କ ସବୁ ପ୍ରସ୍ତୁତି ଫିକା ପଡ଼ିଯାଉଥିଲା। କିନ୍ତୁ ପ୍ରଥମ ଥର ପାଇଁ ଓଡ଼ିଶା ରାଜନୀତିରେ ଧାମନଗର ଉପନିର୍ବାଚନରେ ଫଳାଫଳ ମୋଡ଼ ବଦଳାଇଦେଇଛି। ବିଜେଡି ପ୍ରାର୍ଥୀ ଅପରାଜେୟ ନୁହନ୍ତି ତାହା ଧାମନଗର ନିର୍ବାଚନ ସ୍ପଷ୍ଟ ସଂକେତ ଦେଇଛି।

    କ୍ରମାଗତ ଭାବେ ଗୋଟିକ ପରେ ଗୋଟିଏ ଉପନିର୍ବାଚନ ଜିତି ଆସୁଥିବା ବିଜେଡି ଧାମନଗର ଉପନିର୍ବାଚନରେ ହାରିଲା କାହିଁକି? ଏହା ଏବେ ନିୟୁତ ଡଲାରର ପ୍ରଶ୍ନ। ଏପର୍ୟ୍ୟନ୍ତ ବିଜେଡି ଶାସନ କାଳରେ ‌େ‌ଯତେ ଉପନିର୍ବାଚନ ହୋଇଛି ସବୁଠି ପ୍ରାର୍ଥୀ ମନୋନୟନ କାଳରେ ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ଦଳର ସମସ୍ତେ ମାନି ନିଅନ୍ତି। ନିକଟ ଅତୀତରେ ପ୍ରାୟ ୫ରୁ ୬ଟି ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ମନୋନୟନ କାଳରେ ଟିକଟ ପାଇଁ ବିଦ୍ରୋହୀ ମୁଣ୍ଡ ଟେକନ୍ତି। କିନ୍ତୁ ବିଦ୍ରୋହୀ ବା ଅସନ୍ତୁଷ୍ଟଙ୍କୁ ମନାଇବାରେ ବିଜେଡି ସୁପ୍ରିମୋ ସଫଳ ହୁଅନ୍ତି। କୌଣସି ବାଟରେ ଅସୁନ୍ତଷ୍ଟଙ୍କୁ ବୁଝାଇଦେବା ପରେ ଦଳରୁ ଯିଏ ପ୍ରାର୍ଥୀ ହୁଅନ୍ତି ତାଙ୍କୁ ଜିତାଇବା ପାଇଁ ବିଜେଡିର ତଳୁ ଉପର ପର୍ୟ୍ୟନ୍ତ ସମସ୍ତେ ଲାଗିପଡ଼ନ୍ତି। ହେଲେ ଧାମନଗର କ୍ଷେତ୍ରରେ ବ୍ୟତିକ୍ରମ ସୃଷ୍ଟି ହୋଇଥିଲା। ୨୦୧୯ ନିର୍ବାଚନରେ ହାରିଯାଇଥିବା ରାଜେନ୍ଦ୍ର ଦାସ ସେଠାରୁ ପ୍ରାର୍ଥୀ ହେବା ପାଇଁ ଉଦ୍ୟମ କରିଥିଲେ ହେଁ ସେଥିରେ ସଫଳ ହୋଇପାରିନଥିଲେ। ରାଜେନ୍ଦ୍ରଙ୍କ ପରିବର୍ତ୍ତେ ଦଳ ଧାମନଗରରୁ ମହିଳା କାର୍ଡ ଖେଳିବା ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ନୂଆ ରେକର୍ଡ ସ୍ଥାପନ କରିବାକୁ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା। ଫଳରେ ରାଜେନ୍ଦ୍ର ଏଥିରେ କ୍ଷୁବ୍ଧ ହେବା ସହ ସ୍ବାଧୀନ ଭାବେ ଲଢ଼ିଥି‌େ‌ଲ। ବିଜେଡିର ପ୍ରମୁଖ ନେତାମାନେ ରାଜେନ୍ଦ୍ରଙ୍କୁ ମନାଇ ଏଥିରୁ ବିରତ କରାଇବାରେ ବିଫଳ ହେବା କାରଣରୁ ଧାମନଗରରେ ଜିତିବା ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହେଲା।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook