Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡିରେ ମିଶିଥିବା ନେତାଙ୍କୁ ଦଳୀୟ ଦାୟିତ୍ୱ, ଜାଣନ୍ତୁ କେଉଁ ମାନଙ୍କୁ ଦିଆଗଲା ଦାୟିତ୍ୱ

    Share on :
    ajab-Image
    Date: Jan 13, 2022    Views: 3305

    ନିକଟରେ କଂଗ୍ରେସ ଓ ବିଜେପି ଛାଡ଼ି ବିଜେଡ଼ିରେ ମିଶିଥିବା ପ୍ରମୁଖ ନେତାଙ୍କୁ ଦଳୀୟ ଦାୟିତ୍ୱ ଦିଆଯାଇଛି । ଏହିକ୍ରମରେ ବିଜେଡ଼ି ସାଂଗଠନିକ ପଦବୀ ତାଲିକାରେ ୩ ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ୪ ଜଣ ସାଧାରଣ ସମ୍ପାଦକ ଏବଂ ୭ ଜଣ ସମ୍ପାଦକ ଯୋଡି ହୋଇଛନ୍ତି । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିବା ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ଏକ ବିଜ୍ଞପ୍ତି ଜାରି କରିଛନ୍ତି । 
    ବରିଷ୍ଠ ସାଧାରଣ ସମ୍ପାଦକ: ମହେଶ ସାହୁ(ଢ଼େଙ୍କାନାଳ), ପ୍ରଦୀପ ମାଝୀ(ନବରଙ୍ଗପୁର) ଏବଂ ପ୍ରଫୁଲ୍ଲ ମାଝୀ(ସୁନ୍ଦରଗଡ଼) ।


    ସାଧାରଣ ସମ୍ପାଦକ: ହେଲେ ଅରିନ୍ଦମ ରାୟ(କଟକ), ଧୁନୁର୍ଜୟ ସିଦୁ(କେନ୍ଦୁଝର), ଚନ୍ଦ୍ରଶେଖର ମାଝୀ(କୋରାପୁଟ) ଏବଂ କୈଳାସ ଚନ୍ଦ୍ର କୁଲେସିକା(କୋରାପୁଟ) ।
    ସମ୍ପାଦକ: ବିଶ୍ୱରଞ୍ଜନ ମଲ୍ଲିକ(ଯାଜପୁର), ରମେଶ ଚନ୍ଦ୍ର ପରିଡ଼ା(ଯାଜପୁର), ପ୍ରଦୀପ ସାହୁ(ଖୋର୍ଦ୍ଧା), ଦିଲ୍ଲୀପ କୁମାର ସାହୁ(ମୟୁରଭଞ୍ଜ), ସୁନୀଲ କୁମାର ଦାସ(ମୟୁରଭଞ୍ଜ), ମହେଶ ହେମ୍ବ୍ରମ୍(ମୟୁରଭଞ୍ଜ), ପ୍ରିୟବ୍ରତ ସାମନ୍ତରାୟ(ପୁରୀ) ।

     

    Maximum 500 characters

    ରାଜନୀତି View all

    Find Us on Facebook