Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡିର ଚେତାବନୀ : ୧୦ ଦିନ ମଧ୍ୟରେ ଏଲପିଜି ରେଟ୍ ହ୍ରାସ ନକଲେ ଆନ୍ଦୋଳନ

    Share on :
    ajab-Image
    Date: Nov 4, 2021    Views: 4294

    ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାର ବିରୋଧରେ ଆନ୍ଦୋଳନ ପନ୍ଥା ଆପଣାଇଥିବା ବିଜେଡି ଗୁରୁବାର ଦିନ ରନ୍ଧନ ଗ୍ୟାସ ଦର ହ୍ରାସ ପାଇଁ ଦାବି କରିଛି । ଏଥିପାଇଁ ବିଜେଡି ପକ୍ଷରୁ ୧୦ ଦିନିଆ ଡେଡ୍ ଲାଇନ୍ ଦିଆଯାଇଛି । ୧୦ ଦିନ ମଧ୍ୟରେ ଏଲପିଜି ରେଟ୍ ହ୍ରାସ ନକଲେ ବିଜେଡି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

    ବିଜେଡି ପକ୍ଷରୁ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଏ ନେଇ ଏକ ସାମ୍ବାଦୀକ ସମ୍ମିଳନୀ କରିଛନ୍ତି । ଏଥିରେ ସେ କହିଛନ୍ତି, ଓଡ଼ିଶା ସରକାର ପେଟ୍ରୋଲରେ ୬.୩୦ ଟଙ୍କା ଓ ଡିଜେଲରେ ୪.୬୫ ଟଙ୍କା କମାଇଛନ୍ତି। ଏହି ଦର ହ୍ରାସ ପରେ ରାଜ୍ୟର ୨ ହଜାର କୋଟି ଟଙ୍କା କ୍ଷତି ହେବ । କିନ୍ତୁ ଖୁସିର କଥା ଯେ ସାରା ଦେଶରେ ତେଲ ଦର ଓଡ଼ିଶାରେ ସବୁଠାରୁ କମ।  ହେଲେ ଦୁର୍ଭାଗ୍ୟଜନକ କେନ୍ଦ୍ର ଯେଉଁ ସେସ ଆଦାୟ କରୁଛି, ତାହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଭାଗ ହେବା କଥା ବା ଉଛେଦ ହେବା କଥା। ଏହା ସଂଘୀୟ ବ୍ୟବସ୍ଥା ବିରୋଧୀ। କେନ୍ଦ୍ର ସରକାର  LPG ଦର ଉପରୁ  ଏକ୍ସାଇଜ ଓ ଅନ୍ୟ ଟ୍ୟାକ୍ସକୁ ତୁରନ୍ତ ହ୍ରାସ କରନ୍ତୁ।’ ଦରଦାମ ବୃଦ୍ଧି ପ୍ରତିବାଦରେ ଯୁବ ଓ ଛାତ୍ର ଆନ୍ଦୋଳନ ଆସନ୍ତାକାଲିଠାରୁ ୧୦ ଦିନ ପାଇଁ ସ୍ଥଗିତ ରହିଛି। ଏହି ୧୦ ଦିନ ଭିତରେ  LPGରେଟ ଯଦି କେନ୍ଦ୍ର ସରକାର ହ୍ରାସ ନ କରନ୍ତି ତେବେ ଆନ୍ଦୋଳନ ଆହୁରି ତୀବ୍ରତର ହେବ। ପଞ୍ଚାୟତ ଯାଏ ଚାଲି କେନ୍ଦ୍ର ସରକାରଙ୍କୁ ଦୃଢ଼ ଜବାବ ଦିଆଯିବ।

    ସୂଚନାଯୋଗ୍ୟ ଯେ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡ ରାସ୍ତାକୁ ଓହ୍ଲାଇଥିଲା । ତେବେ ବୁଧବାର ରାତିରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ପେଟ୍ରୋଲ ଉପରୁ ୫ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କାର ଏକସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ।ଫଳେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬ଟଙ୍କା ୧୫ପଇସା ଓ ଡିଜେଲ ଲିଟର ପିଛା ୧୨ ଟଙ୍କା ୮୮ ପଇସା କମିଥିଲା । ପରେ ଗୁରୁବାର ଦିନ ରାଜ୍ୟ ସରକାର ଉଭୟ ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି । ଯାହାର ସୁଫଳ ଖାଉଟି ପାଇବେ । ଏହି ନୂଆ ଦର ଆସନ୍ତାକାଲି ମଧ୍ୟରାତ୍ରୀରୁ ଲାଗୁ ହେବ ।

    Maximum 500 characters

    ରାଜନୀତି View all

    Find Us on Facebook