Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜିଲ୍ଲା ପ୍ରଶାସନକୁ ନେଇ ଏମିତି କହିଲେ ବିଶ୍ୱେଶ୍ୱର ଟୁଡୁ

    Share on :
    ajab-Image
    Date: Oct 14, 2021    Views: 3772

    ବାରିପଦା : ମାଡ଼ତତ୍ତ୍ୱ ପରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଫୋନ ଜରିଆରେ ଗାଳିଗୁଲଜ ଅଭିଯୋଗ ପରେ ଚର୍ଚ୍ଚାରେ ଥିବା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ  ବାରିପଦା ଆସିଥିବା ବେଳେ ଘଟଣା ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିବା ସହିତ ପ୍ରଶାସନକୁ ପୁଣି ଟାର୍ଗେଟ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁଙ୍କ କହିବା କଥା ଜିଲ୍ଲା ପ୍ରଶାସନର ନିଷ୍କ୍ରିୟତା ଓ ମନମୁଖୀ କାର୍ଯ୍ୟକୁ ସେ ସାଂସଦ ହେବାଦିନଠାରୁ ନିନ୍ଦା କରି ଆସୁଛନ୍ତି । ଜିଲ୍ଲାରେ ବିଭିନ୍ନ ସମସ୍ୟା ଥିବାବେଳେ ସେ ସବୁ ସଜାଡ଼ିବା ସହିତ ଜିଲ୍ଲାର ଉନ୍ନତି ପାଇଁ ଆପ୍ରାଣ ଉଦ୍ୟମ କରିଛନ୍ତି । କିନ୍ତୁ ଜିଲ୍ଲା ପ୍ରଶାସନ ଓ ନିଜେ ଜିଲ୍ଲାପାଳ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଶାସକ ଦଳର ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଜିଲ୍ଲା ପରିଷଦ ସଭାପତି, ବିଜେପି ବିଧାୟକ ଓ ସେ ନିଜେ କେନ୍ଦ୍ରମନ୍ତ୍ରୀ ଭାବେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ କରିବା ପାଇଁ ଆଗଭର ହେଉଥିବାବେଳେ ଜିଲ୍ଲା ପ୍ରଶାସନ ସେଥିରେ ଅସହଯୋଗ କରିବା ଦୁଃଖର ବିଷୟ ବୋଲି ସେ କହିଛନ୍ତି । ସେହିପରି ଜିଲ୍ଲା ଓଏଏସ ସଂଘ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିବା ଅଳରେ ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ଚେଷ୍ଟା କରୁଥିବା ମନ୍ତ୍ରୀ କହିଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ କରାଇ ନ ଦେବାକୁ ଜିଲ୍ଲା ପ୍ରଶାସନ ଶାସକ ଦଳର ହାତ ବାରିସୀ ସାଜିଛି । ଜିଲ୍ଲାର ଉନ୍ନତି ହେଲେ କେନ୍ଦ୍ରମନ୍ତ୍ରୀ ଭାବେ କାଳେ ସେ ଶ୍ରେୟ ନେଇଯିବେ, ସେଥିପାଇଁ ତାଙ୍କ କଣ୍ଠରୋଧ କରିବା ପାଇଁ ଏ ପ୍ରକାର ଚକ୍ରାନ୍ତ କରାଯାଉଥିବା ଶ୍ରୀ ଟୁଡୁ କହିଛନ୍ତି । କିନ୍ତୁ ମୟୁରଭଞ୍ଜ ଜନସାଧାରଣଙ୍କ ପାଇଁ ସେ  କେନ୍ଦ୍ରମନ୍ତ୍ରୀ ହୋଇଥିବାରୁ କୌଣସି ପରିସ୍ଥିତିରେ ମଧ୍ୟ ଲୋକଙ୍କ ସ୍ୱାର୍ଥ ସହ ସାଲିସ କରିବେ ନାହିଁ ବୋଲି କହିଛନ୍ତି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook