ମୁଖ୍ୟ ଖବର
ବାରିପଦା: ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ସତ୍ତା ରହିବନି। ରାଜ୍ୟବାସୀ ବିଜେପିକୁ ବିପୁଳ ସମର୍ଥନ ଦେବେ ଓ ଦଳ ନିରଙ୍କୁଶ ସରକାର ଗଠନ କରିବ। ମୟୂରଭଞ୍ଜରେ ବିଜେଡି ଖାତା ଖୋଲି ପାରିବନି ବୋଲି ଗଣମାଧ୍ୟମ ଆଗରେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ। କେନ୍ଦ୍ର ସରକାରଙ୍କ ୯ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ମୟୂରଭଞ୍ଜରେ ମହାଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି। ଏହାର ଶୁଭାରମ୍ଭ କରିବା ଅବସରରେ ରାଜ୍ୟ ସରକାରଙ୍କୁ ଶାଣିତ ଢଙ୍ଗରେ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ ଏଭଳି ମନ୍ତବ୍ୟ ରଖିଛନ୍ତି।
କେନ୍ଦ୍ରର ଯୋଜନାକୁ ନିଜର ବୋଲି କହି ଲୋକଙ୍କୁ ଭୂଆଁ ବୁଲାଇ ୨୦୨୪ରେ ଭୋଟ୍ ହାତେଇବାକୁ ଯୋଜନା କରୁଛି ବିଜେଡି। ହେଲେ ଏହି ରଣନୀତି ଆଉ ସଫଳ ହେବନାହିଁ। ବିଜେପି ଘରକୁ ଘର ବୁଲିବ, ରାଜ୍ୟ ସରକାରଙ୍କ ବିଫଳତା ତଥା କେନ୍ଦ୍ରର ଜନହିତକର ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯିବ। ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ ଗାଦିଚ୍ୟୁତ କରି ବିଜେପିକୁ ସୁଯୋଗ ଦେବା ଲାଗି ରାଜ୍ୟବାସୀ ମନସ୍ଥ କରି ସାରିଲେଣି। ୨୦୧୯ରେ ମୟୂରଭଞ୍ଜ ଲୋକସଭା ଓ ୯ଟି ବିଧାନସଭା ଆସନ ମଧ୍ୟରୁ ୬ଟିରେ ବିଜେପି ଜିତିଥିଲା। ୨୦୨୪ରେ ସବୁ ଆସନ ପୋଛି ନେବ ବୋଲି କହିଥିଲେ ଶ୍ରୀ ଟୁଡୁ।
Comments ସମସ୍ତ ମତାମତ