Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ୩୪ତମ ଜନ୍ମଦିନ ପାଳନ କରୁଛନ୍ତି କୋହଲି

    Share on :
    ajab-Image
    Date: Nov 5, 2022    Views: 3846

    ନୂଆଦିଲ୍ଲୀ :  ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଆଜି ତାଙ୍କର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ନଭେମ୍ବର ୫, ୧୯୮୮ ରେ ଜନ୍ମ ହୋଇଥିବା କୋହଲି ତାଙ୍କର ବ୍ୟାଟିଂ ପାଇଁ କ୍ରିକେଟ୍ ଜଗତରେ ପ୍ରସିଦ୍ଧ। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତର ଅଣ୍ଡର -୧୯ ବିଶ୍ୱ ଚାମ୍ପିୟନ୍ ହୋଇଥିଲା, କିନ୍ତୁ ଏହା ପରେ ବିରାଟ ଅଧିନାୟକ ଭାବରେ ଆଇସିସି ଇଭେଣ୍ଟରେ ଟାଇଟଲ ଜିତିପାରିନଥିଲେ। ବିରାଟ ନଭେମ୍ବର ୫, ୧୯୮୮ ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରଥମ ଦିନରେ ବିରାଟଙ୍କୁ ତାଙ୍କ ସାଥୀ ଖେଳାଳିମାନେ ଚେକୁ ନାମରେ ଡାକୁଥିଲେ। ତେବେ ତାଙ୍କ ଅଧିନାୟକତ୍ୱରେ ଅଣ୍ଡର -୧୯ ଟିମ୍ ଭାରତକୁ ବିଶ୍ୱ ଚାମ୍ପିୟନ କରିଥିବା ବିରାଟ ଅଗଷ୍ଟ ୨୦, ୨୦୦୮ ରେ ୱାନଡେ ଇଣ୍ଟରନେସନାଲ୍ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ। ଯାହା ପରେ ସେ ପ୍ରାୟ ୪ ବର୍ଷ ମଧ୍ୟରେ ଟିମ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଭାବରେ ଉଭା ହୋଇଥିଲେ।ତେବେ, ୨୦୧୨ ରେ କୋହଲିଙ୍କୁ ଫିଟ୍ ରହିବାର ଏପରି ନିଶା ଘାରିଥିଲା ​​ଯେ ବର୍ତ୍ତମାନ ପର୍ୟ୍ୟନ୍ତ ସେ ଏହାକୁ ବଜାୟ ରଖିଛନ୍ତି। ଭାରତୀୟ ଦଳରେ ଥିବା ଅଧିକାଂଶ ଖେଳାଳିଙ୍କ ଅପେକ୍ଷା ସେ ଅଧିକ ଫିଟ୍ ଅଛନ୍ତି। ୨୦୧୨ ପରଠାରୁ ଫିଟନେସ୍ କାରଣରୁ କୋହଲି କୌଣସି ମ୍ୟାଚରୁ ବାଦ ପଡିନାହାଁନ୍ତି। ଅନେକ ଭେଟେରାନ କ୍ରିକେଟର ତାଙ୍କୁ ଟେଷ୍ଟ କ୍ରିକେଟର ବ୍ରାଣ୍ଡ୍ ଆମ୍ବାସଡର ଭାବରେ ଦେଖନ୍ତି।

    ହୁଏତ ବିରାଟ ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପାଇଁ କୌଣସି ଆଇସିସି ଟ୍ରଫି ଜିତି ନଥାଇ ପାରନ୍ତି, କିନ୍ତୁ ବ୍ୟାଟିଂ, ଫିଲ୍ଡିଂ ଏବଂ ବେଳେବେଳେ ବୋଲିଂ ହେତୁ ସେ ଦଳକୁ ଶତ ପ୍ରତିଶତ ଦେବାରେ ପଛଘୁଞ୍ଚା ଦେଇନାହାଁନ୍ତି। ୨୦୧୪ ରେ ଟେଷ୍ଟ ଟିମ୍‌ର କମାଣ୍ଡ ପାଇବା ପରେ ସେ ଟିମ୍‌କୁ ବିଦେଶୀ ମାଟିରେ ଲଢିବା ସହିତ ଜିତିବା ଶିଖାଇଛନ୍ତି। ବିରାଟଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଅନେକ ବଡ଼ ସଫଳତା ହାସଲ କରିଛି।

    ୨୦୧୭ ରେ ବିରାଟ ଭାରତୀୟ ଟିମ୍‌ର ସୀମିତ ଓଭର ଅଧିନାୟକ ହୋଇଥିଲେ। ଅବଶ୍ୟ, ଏଠାରେ ମଧ୍ୟ ତାଙ୍କ ଅଧିନାୟକତ୍ୱରେ ଆଇସି ଇଭେଣ୍ଟରେ ଟିମ୍ କମାଲ ଦେଖାଇପାରିନଥିଲା। କିନ୍ତୁ ତାଙ୍କ ଅଧିନାୟକତ୍ୱରେ କୋହଲି ଦଳକୁ ଅନେକ ଐତିହାସିକ ବିଜୟ ଦେଇଛନ୍ତି। କୋହଲି, ଏମଏସ ଧୋନିଙ୍କ ପରେ ଭାରତର ଦ୍ୱିତୀୟ ସଫଳ ଅଧିନାୟକ ଭାବରେ ତାଙ୍କର ଟି-୨୦ ଅଧିନାୟକତ୍ୱ ସମାପ୍ତ କରିଛନ୍ତି।

    Maximum 500 characters

    ଖେଳ ଖବର View all

    Find Us on Facebook