Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ ଜନ୍ମଦିନରେ ଏହା କହିଲେ ନବୀନ

    Share on :
    ajab-Image
    Date: Oct 16, 2021    Views: 5058

    ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । କ୍ରମାଗତ ଭାବେ ୫ଥର ମୁଖ୍ୟମନ୍ତ୍ରୀ ହୋଇ ନିଜର ଶାସନ ଦକ୍ଷତା ବଳରେ କୋଟି କୋଟି ଓଡିଆଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଛନ୍ତି ସେ । ଆଜି ହେଉଛି ସଫଳତାର ଏହି ମହାନାୟକଙ୍କ ୭୬ତମ ଜନ୍ମ ଦିବସ । ୧୯୪୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ  । ସେପଟେ ଜନ୍ମଦିନ ନପାଳିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି  ।

    କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ସେ ଜନ୍ମଦିନ ପାଳନ କରିବେନି ବୋଲି କହିଛିନ୍ତି । ଏହା ସହ ସେ କହିଛନ୍ତି ଯେ ଓଡିଶାବାସୀଙ୍କ ଭଲପାଇବା, ଶୁଭେଚ୍ଛା ଓ ଆଶୀର୍ବାଦ ନିମନ୍ତେ ସେ ସର୍ବଦା ଋଣୀ । କୋଭିଡ୍ ଯେଗୁଁ ଗତ ଦେଢ ବର୍ଷ ହେବ ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ । ତେଣୁ ଜନ୍ମଦିନରେ ନବୀନ ନିବାସ ନଆସି କୋଭିଡ୍ରେ ମୃତୁ୍ୟବରଣ କରିଥିବା  ଲୋକଙ୍କ ପରିବାରକୁ ସାହାଯ୍ୟ କରିବା ଓ ରକ୍ତଦାନ ଭଳି ମହତ କାର୍ଯ୍ୟରେ ସାମିଲ ହେବାକୁ  ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ଓ ଏହା ତାଙ୍କ ପାଇଁ ସବୁଠାରୁ ବଡ ଶୁଭେଚ୍ଛା ହେବ ବୋଲି ସେ କହିଛନ୍ତି । 

     

    Maximum 500 characters

    ରାଜନୀତି View all

    Find Us on Facebook