Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ତେଙ୍କ ପରଲୋକ

    Share on :
    ajab-Image
    Date: Mar 19, 2023    Views: 3418

    ଭୁବନେଶ୍ୱର : ପୂର୍ବତନ କଂଗ୍ରେସ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ଦେହାନ୍ତ ହୋଇଛି।ସେ ୭୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଝାରସୁଗୁଡ଼ା ଆସନରୁ ୩ ଥର ବିଧାୟକ ହୋଇଥିଲେ। ଅଞ୍ଚଳରେ ଶୋକର ଛାୟ ଖୋଳିଯାଇଛି।
    , ଝାରସୁଗୁଡ଼ା ବିଧାନସଭା ଆସନରୁ ୩ ଥର ବିଧାୟକ ଭାବେ ନିର୍ବାଚନ ହୋଇଥିଲେ ବିରେନ୍ଦ୍ର ପାଣ୍ଡେ । ୧୯୮୦ ମସିହାରେ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୮୫-୯୦ ପର୍ୟ୍ୟନ୍ତ ୨ୟ ଥର, ଆଉ ୧୯୯୫-୨୦୦୦ ପର୍ୟ୍ୟନ୍ତ ୩ୟ ଥର ଲାଗି ବିଧାୟକ ଭାବେ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ ।କଂଗ୍ରେସରେ ଜଣେ ବରିଷ୍ଠ ନେତା ଭାବେ ବେଶ୍‌ ଜଣାଶୁଣା ଥିଲେ ବିରେନ୍ଦ୍ର ।  ତେବେ କିଛି ଦିନ ହେଲା ସେ ଯକୃତ ରୋଗରେ ପୀଡ଼ିତ ହୋଇ ଅସୁସ୍ଥ ଥିଲେ । ସେଥିଲାଗି ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ରବିବାର ଭୋର୍‌ରେ ପୂର୍ବତନ ବିଧାୟକଙ୍କ ପରଲୋକ ହୋଇଛି।

    Maximum 500 characters

    ତାଜା ଖବର View all

    Find Us on Facebook