Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଏସିଆ କପ୍ ହକି ପାଇଁ ବୀରେନ୍ଦ୍ର ଲାକ୍ରା ହେଲେ ଅଧିନାୟକ

    Share on :
    ajab-Image
    Date: May 14, 2022    Views: 3785

    ଭୁବନେଶ୍ୱର: ଆସନ୍ତା ୨୩ ତାରିଖରୁ ଇଣ୍ଡୋନେସିଆରେ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌ । ଏସିଆ କପରେ କମାଲ କରିବା ପାଇଁ ଘୋଷଣା ହୋଇସାରିଥିଲା ୧୮ ଜଣିଆ ଦଳ । ଦଳର ଅଧିନାୟକ ଭାବେ ଦାୟିତ୍ୱଭାର ଭାରତୀୟ ହକି ଦଳର ଡ୍ରାଗ୍‌ ଫ୍ଲିକର ରୁପିନ୍ଦର ପାଲ ସିଂହଙ୍କୁ ଦିଆଯାଇଥିଲା । ଏବଂ ଉପ ଅଧିନାୟକ ଭାବେ ଓଡ଼ିଆ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ନିଯୁକ୍ତି କରାଯାଇଥିଲା । ହେଲେ ହଠାତ ସବୁ ବଦଳିଯାଇଥିଲା । ଭାରତୀୟ ହକି ଦଳ ଉପରେ ଚଡ଼କ ପଡ଼ିଯାଇଥିଲା । ଅଧିନାୟକ ଭାବେ ନିଯୁକ୍ତି ପାଇଥିବା ଡ୍ରାଗ୍‌ ଫ୍ଲିକର ରୁପିନ୍ଦର ଅଭ୍ୟାସ ସମୟରେ ଆହତ ହୋଇଥିଲେ । ଯାହା ପରେ ଭାରତୀୟ ହକି ଦଳର ପୁରା ଦାୟିତ୍ୱ ଓଡ଼ିଆ ହକି ତାରକା ତଥା ଅଲିମ୍ପିକ ବ୍ରୋଞ୍ଜ୍‌ ପଦକ ବିଜେତା ବୀରେନ୍ଦ୍ର ଲାକ୍ରାଙ୍କୁ ଦିଆଯାଇଛି ।
    ଇଣ୍ଡୋନେସିଆରେ ହେବାକୁ ଥିବା ହିରୋ ମେନ୍ସ ଏସିଆ କପ୍‌ ଭାରତୀୟ ଟିମ୍ ବୀରେନ୍ଦ୍ର ଲାକ୍ରାଙ୍କ ଅଧିନାୟକତ୍ବରେ ଖେଳିବ। ଏଥି ପାଇଁ ବୀରେନ୍ଦ୍ର ଲାକ୍ରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । କ୍ୟାପଟେନ ଲାକ୍ରା ଓ ପୂରା ଭାରତୀୟ ହକି ଟିମକୁ ଆଗାମୀ ମ୍ୟାଚ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

    Maximum 500 characters

    ଖେଳ ଖବର View all

    Find Us on Facebook