Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବାର୍ଡ଼ ଫ୍ଲୁ , ସଂକ୍ରମିତ ଫାର୍ମ ପରିସରରୁ ୧ କି.ମି. ଯାଏଁ ମରାଯିବ କୁକୁଡ଼ା

    Share on :
    ajab-Image
    Date: Jul 12, 2025    Views: 3812

    ଡେଲାଙ୍ଗ : ପୁଣି ଡେଲାଙ୍ଗରେ ବାର୍ଡ଼ ଫ୍ଲୁ ପଜିଟିଭ୍ ଚିହ୍ନଟ । ଶହ ଶହ କୁକୁଡ଼ା ମଡ଼କ ପରେ ନମୁନା ପରୀକ୍ଷା କରାଯିବାକୁ ପଠାଯାଇଥିଲା । ଏବେ ପରୀକ୍ଷାରୁ ବାର୍ଡ଼ ଫ୍ଲୁ ସ୍ପଷ୍ଟ ହୋଇଥିବା ସୂଚନା ମିଳିଛି । ବାର୍ଡ଼ ଫ୍ଲୁ ପରେ ଚିନ୍ତାରେ ଅଛନ୍ତି କୁକୁଡ଼ା ଚାଷୀ । ହଜାର ହଜାର କୁକୁଡ଼ା ମାରିବା ପାଇଁ ପ୍ରଶାସନ ନିଷ୍ପତି ନେଇଛି । ସଂକ୍ରମିତ ଫାର୍ମ ପରିସରରୁ ୧ କିଲୋମିଟର ପର୍ୟ୍ୟନ୍ତ ମରାଯିବ କୁକୁଡ଼ା ।କିଛି ଦିନ ହେବ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅର୍ନ୍ତଗତ ବେଗୁନିଆପଡା, ତରଡା, ଶିଶୁଆପଡା, ସିଂହବ୍ରହ୍ମପୁର ଓ ବଡଆଙ୍କୁଲା ଅଞ୍ଚଳରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଥିଲା । ଅଜଣା ରୋଗ ପାଇଁ ହଜାର ହଜାର କୁକୁଡ଼ା ମରି ପଡୁଥିବା ଅଭିଯୋଗ ହୋଇଥିଲାଛି । ତେବେ କୁକୁଡ଼ା ମଡ଼କ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଭୟଭୀତ ହୋଇପଥିଲେ । ଠିକ୍ ବର୍ଷକ ତଳେ ଡେଲାଙ୍ଗ ଅଞ୍ଚଳରେ ବାର୍ଡ ଫ୍ଲୁ ରୋଗରେ କୁକୁଡ଼ା ମଡ଼କ ହୋଇଥିଲା । ଚଳିତ ବର୍ଷ ପୁଣି ଥରେ ଏତେ ସଂଖ୍ୟକ କୁକୁଡ଼ା ମରିବା ପଛରେ ବାର୍ଡ ଫ୍ଲୁ ଭଳି ରୋଗ ବ୍ୟାପିଥିବା ସନ୍ଦେହ କରାଯାଉଥିଲା । 
    ତେବେ ପ୍ରାଣୀ ବିଭାଗ ପକ୍ଷରୁ କୁକୁଡାର ସ୍ୱାବ୍ ନମୁନା ପରୀକ୍ଷା କରିବା ପରେ କୁକୁଡା ମରିବା ପଛର କାରଣ ଜଣାପଡିଛି ।  ଡେଲାଙ୍ଗରେ ବାର୍ଡ଼ ଫ୍ଲୁ ପଜିଟିଭ୍ ଚିହ୍ନଟ ହୋଇଛି । ସୋମବାର ଖବର ପାଇ ଡେଲାଙ୍ଗ ବ୍ଲକ୍ ପ୍ରାଣୀ ଚିକିତ୍ସା ବିଭାଗ ଅଧିକାରୀଙ୍କ ସମେତ ଏକ ଟିମ୍ ବଡଆଙ୍କୁଲା ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ଫାର୍ମ ହାଉସରେ ପହଞ୍ଚି କୁକୁଡା ମରିବାର କାରଣ ବୁଝିବା ସହିତ ମଲା କୁକୁଡା ଗୁଡିକୁ ଗାତ ଖୋଳି ପୋତିବା ସହ ଫାର୍ମ ଗୁଡିକ ବିଶୋଧନ କରିବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ଚାଷୀଟିଏ ଧାର କରଜ କରି କୁକୁଡା ଚାଷ କରିଥିବା ବେଳେ ଏତେ ସଂଖ୍ୟକ କୁକୁଡା ମରିବା ପରେ ଚାଷୀ ପୁରା ଭାଙ୍ଗି ପଡିଥିଲେ । ସରକାର କ୍ଷତିଗ୍ରସ୍ତ କୁକୁଡା ଚାଷୀ ମାନଙ୍କୁ କ୍ଷତିପୂରଣ ଦେବା ପାଇଁ ଦାବି ଜୋର ଧରିଥିଲା 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook