Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୧୦ ରାଜ୍ୟରେ ଆତଙ୍କ ଖେଳାଇଛି ବାଡର଼୍ ଫ୍ଲୁ

    Share on :
    ajab-Image
    Date: Jan 12, 2021    Views: 5335

    ମୁମ୍ବାଇ: ଦେଶରେ ବାର୍ଡଫ୍ଲୁ ଦିନକୁ ଦିନ ଗୁରୁତର ହେବାରେ ଲାଗିଛି । ପୂର୍ବରୁ ଦେଶର ୭ଟି ରାଜ୍ୟରେ ବାର୍ଡଫ୍ଲୁ ସଂକ୍ରମଣ ସ୍ପଷ୍ଟ ହୋଇଥିବା ବେଳେ ଆଉ ୩ଟି ରାଜ୍ୟରେ ଏହା ଦେଖିବାକୁ ମିଳିଛି । ସେହି ୩ଟି ରାଜ୍ୟ ହେଲା ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ । ପୂର୍ବରୁ ବାର୍ଡଫ୍ଲୁ ଚିହ୍ନଟ ହୋଇଥିବା ୭ଟି ରାଜ୍ୟ ଗୁଡ଼ିକ ହେଲା ଉତ୍ତରପ୍ରଦେଶ, କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା ଏବଂ ଗୁଜରାଟ । ବାର୍ଡଫ୍ଲୁ ଯୋଗୁ ହରିୟାଣାରେ ସର୍ବାଧିକ ପକ୍ଷୀଙ୍କର ମୃତୁ୍ୟ ହୋଇଚି । ଗତ ୨ ସପ୍ତାହରେ ହରିୟାଣାରେ ୪ ଲକ୍ଷରୁ ଅଧିକ ପକ୍ଷୀଙ୍କ ମୃତୁ୍ୟ ହୋଇଛି । ଜମ୍ମୁ କାଶ୍ମୀର ଏବଂ ଛତିଶଗଡ଼ରେ ମଧ୍ୟ ସତର୍କତା ଜାରି ହୋଇଚି । ଦିଲ୍ଲୀ ସରକାର ଜୀବିତ ପକ୍ଷୀମାନଙ୍କ ଆମଦାନୀ ଉପରେ ରୋକ ଲଗାଇଛି । ଗାଜିପୁରରେ ଥିବା ଦିଲ୍ଲୀର ସବୁଠାରୁ ବଡ କୁକୁଡା ବଜାର ଅସ୍ଥାୟୀ ଭାବେ ବନ୍ଦ ହୋଇଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook