Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୧୮ରୁ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା

    Share on :
    ajab-Image
    Date: Jan 8, 2026    Views: 3286

    ସମ୍ବଲପୁର:   ଆସନ୍ତା ୧୮ ତାରିଖରୁ ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେବ ପକ୍ଷୀ ଗଣନା । ଏଥିପାଇଁ ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ପକ୍ଷୀ ଗଣିବା ପାଇଁ ୩୨ଟି ଡଙ୍ଗାରେ ୭୦ ଜଣ ପକ୍ଷୀ ବିଶେଷଜ୍ଞ ରହିବେ । ଭୋର ସକାଳ ୫ଟାରୁ ଏହି ଗଣନା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିବ । ଜଳ ଭଣ୍ଡାରର ପ୍ରାୟ ୫୫୦ ବର୍ଗ କିଲୋମିଟରରେ ଏହି ପକ୍ଷୀ ଗଣନା ଜାରି ରହିବ ବୋଲି ହୀରାକୁଦ ବନ୍ୟପ୍ରାଣୀ ଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି । ଗତ ବର୍ଷ ହୀରାକୁଦ ଜଳଭଣ୍ଡାରକୁ ୩ ଲକ୍ଷ ୭୭ ହଜାର ୭୩୨ଟି ବିଦେଶାଗତ ପକ୍ଷୀ ଆସିଥିଲେ ।
    ଗତ ବର୍ଷ ୭ ଶହ ବର୍ଗ କିଲୋମିଟିର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମିକୁ ୟୁରୋପ ଓ ଆମେରିକାରୁ ପ୍ରଥମ ଥର ପକ୍ଷୀ ଆସିଥିଲେ । ୟୁରୋଷିଆନ୍ ୱିଗୋନ୍, ଗଡ୍ୱାଲ୍, ମାଲାର୍ଡ, ସ୍ମଲ୍ ଗ୍ରେବସ୍, ଟର୍ନସ୍, ବାର୍ ହେଡ୍ ଗୋସ୍, ଟୁଫଟେଡ୍ ଡକ୍, ପୋଚାର୍ଡ, ହ୍ୱିସିଲ୍ ଡକ୍, ସ୍ୟାଣ୍ଡପାଇପର ସହ ନର୍ଦନ୍ ପିଣ୍ଟେଲ୍ ଭଳି ଭିନ୍ନ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥିଲା ବୋଲି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଜଳଭଣ୍ଡାରର ଛତିଶଗଡ ସୀମାରୁ ହୀରାକୁଦ ଏବଂ ପାୱାର୍ ଚ୍ୟାନେଲ ମଧ୍ୟରେ ମୋଟ୍ ୭ ଶହ ବର୍ଗ କିମି ଅଞ୍ଚଳରେ ଗଣନା କରାଯିବ ।
    ଗତ ୨୦୨୧ ମସିହାରେ ହୀରାକୁଦକୁ ୯୮ ପ୍ରଜାତିର ୧ ଲକ୍ଷ ୨୪ ହଜାର ପକ୍ଷୀ ଆସିଥିବା ବେଳେ ୨୦୨୨ରେ ୧୦୪ ପ୍ରଜାତିର ୨ ଲକ୍ଷ ୮ ହଜାର ପକ୍ଷୀଙ୍କ ସମାଗମ ହୋଇଥିଲା । ୨୦୨୩ରେ ଉଭୟ ପ୍ରଜାତି ଏବଂ ସଂଖ୍ୟା ବି ବଢିଥିଲା । ୧୦୮ ପ୍ରଜାତିର ମୋଟ୍ ୩ ଲକ୍ଷ ୧୬ ହଜାର ଟପିଥିଲା । ୨୦୨୪ରେ ୧୧୩ଟି ପ୍ରଜାତିର ୩ ଲକ୍ଷ ୪୨ ହଜାର ୩୪୫ ପକ୍ଷୀ ହାରାକୁଦକୁ ଆସିଥିଲେ । ସେହିପରି ୨୦୨୫ରେ ୧୨୨ଟି ପ୍ରଜାତିର ୩ ଲକ୍ଷ ୭୭ ହଜାର ୭୩୨ଟି ବିଦେଶାଗତ ପକ୍ଷୀ ହୀରାକୁଦ ଜଳଭଣ୍ଡାରକୁ ଆସିଥିଲେ । ବର୍ଷକୁ ବର୍ଷ ପକ୍ଷୀଙ୍କ ଆଗମନ ସଂଖ୍ୟା ବଢ଼ି ଚାଲିଛି । ଏଥର ମଧ୍ୟ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା

    Maximum 500 characters

    ରାଜ୍ୟ ଖବର View all

    Find Us on Facebook