Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସିନ୍ଧୁ ନଦୀରେ ଜଳ ବହିବ ନଚେତ ଭାରତୀୟଙ୍କ ରକ୍ତ ବହିବ:ବିଲାଓ୍ବଲ ଭୁଟ୍ଟୋ

    Share on :
    ajab-Image
    Date: Apr 26, 2025    Views: 3262

    ନୂଆଦିଲ୍ଲୀ: ପହଲଗାଓଁ ଆକ୍ରମଣକୁ ନେଇ ଭାରତ ପାକିସ୍ତାନ ଉପରେ ବହୁ କୂଟନୈତିକ କଟକଣା ଲାଗୁ କରିଛି। ଏହାକୁ ନେଇ ପାକିସ୍ତାନର ବାଚାଳାମୀ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଠୋର ଚେତାବନୀ ପରେ ପାକିସ୍ତାନ ସରକାର ଭୟଭୀତ ହୋଇପଡ଼ିଛନ୍ତି। କିନ୍ତୁ ପାକିସ୍ତାନର ବିରୋଧୀ ନେତାମାନେ ନିଆଁରେ ଘିଅ ଢାଳି ପରିସ୍ଥିତିକୁ ଜଟିଳ କରିବାକୁ ଉଦ୍ୟମ ଚଳାଇଛନ୍ତି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ କରାଇବାକୁ ପାକିସ୍ତାନର ବିରୋଧୀ ଦଳର ନେତାମାନେ ପ୍ରୟାସ କରି ଭାରତକୁ ଧମକ ଦେବା ଆରମ୍ଭ କରିଦେଇଛନ୍ତି। ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିବା ନେଇ ଭାରତ ପଦକ୍ଷେପ ସମ୍ପର୍କରେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରୀ ଭାରତକୁ ଧମକ ଦେଇଛନ୍ତି। ସିନ୍ଧୁ ନଦୀରେ ଜଳ ବୋହିବ, ନଚେତ ଭାରତୀୟଙ୍କ ରକ୍ତ ବୋହିବ ବୋଲି କହିଛନ୍ତି।

    ସିନ୍ଧୁ ନଦୀ ଉପତ୍ୟତା ପାର୍ଶ୍ବବର୍ତ୍ତୀ ସୁକ୍କୁର ଅଞ୍ଚଳରେ ଏକ କାର୍ୟ୍ୟକ୍ରମରେ ଭୁଟ୍ଟୋ କହିଛନ୍ତି, ପହଲଗାଓଁ ଆକ୍ରମଣକୁ ନେଇ ଭାରତ ପାକିସ୍ତାନକୁ ଦୋଷ ଦେଉଛି। ମୋଦୀ ନିଜର ଦୁର୍ବଳତା ଲୁଚାଇବାକୁ ମିଥ୍ୟା ଅଭିଯୋଗ କରୁଛନ୍ତି। ସେ ଏକପାଖିଆ ଭାବେ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ସିନ୍ଧୁ ନଦୀ ପାକିସ୍ତାନର। ଏହା ଆମର ହୋଇ ରହିବ। ଏଥିରେ ଜଳ ବୋହିବ ନଚେତ ଭାରତୀୟଙ୍କ ରକ୍ତ ବୋହିବ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook