ମୁଖ୍ୟ ଖବର
ନୂଆଦିଲ୍ଲୀ: କରୁର ଦଳାଚକଟା ଘଟଣାରେ ବିଜୟ ଥଲାପତିଙ୍କୁ ସିବିଆଇ ଜେରା କରିଛି । ଅଭିନେତାରୁ ନେତା ପାଲଟିଥିବା ଟିଭିକେ ମୁଖ୍ୟ ଥଲାପତି ବିଜୟଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ । ସନ୍ଧ୍ୟା ୭ଟାରେ ଯାଏ ବିଜୟଙ୍କୁ ଘାଣ୍ଟିବ ସିବିଆଇ । ବିଜୟଙ୍କ ଦଳର ରାଜନୈତିକ ରାଲିର ସଂଗଠନ ବିଷୟରେ ସିବିଆଇ ପଚରାଉଚରା ଆରମ୍ଭ କରିଛି । ତଦନ୍ତରେ ରାଲିର ଯୋଜନା, ପୁଲିସ ସହ ଚୁକ୍ତିନାମା, ଭିଡ଼ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ପଚାରିଛି । ଲୋକେ ବେହୋସ୍ ହେଉଥିଲେ ତୁମେ କାହିଁକି ଭାଷଣ ବନ୍ଦ କଲ ନାହିଁ ବୋଲି ପ୍ରଶ୍ନ କରିଛି କ୍ରାଇମବ୍ରାଞ୍ଚ । ଗତବର୍ଷ ସେପ୍ଚେମ୍ବରରେ ବିଜୟଙ୍କ ରାଜନୈତିକ ରାଲିରେ ଦଳାଚକଟାରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା ।
Comments ସମସ୍ତ ମତାମତ