Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଜାଗା ମିଶନରେ ଦୁର୍ନୀତି:ବିଜୟ ପଟ୍ଟନାୟକ

    Share on :
    ajab-Image
    Date: Mar 22, 2023    Views: 3159

    ଭୁବନେଶ୍ୱର: ସାରା ଓଡ଼ିଶାରେ ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ୧୮ ଲକ୍ଷ ଲୋକ ବସ୍ତିରେ ବସବାସ କରନ୍ତି । ରାଜ୍ୟ ସରକାର ବସ୍ତି ଲୋକଙ୍କୁ ଜାଗା ମିଶନରେ ଜାଗା ଯୋଗାଇ ଦେଉଥିବା କହୁଛନ୍ତି । ହେଲେ ପ୍ରକୃତ ହିତାଧିକାରୀ ବଦଳରେ ଏଥିରେ ଦଳୀୟ କର୍ମୀ ପାଉଛନ୍ତି ଜାଗା   ବୋଲି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।
    ବସ୍ତିର ବିକାଶ ପାଇଁ ସହରାଞ୍ଚଳ ବିକାଶ ପାଇଁ ଉପା ସରକାର ସମୟରେ ଯୋଜନା କରାଯାଇଥିଲା । ରାଜୀବ ଆବାସ ଯୋଜନାରେ ବସ୍ତି ଲୋକଙ୍କୁ ଘର ଯୋଗାଇ ଦେବା ପାଇଁ ସରକାର ନିଷ୍ପତି ନେଇଥିଲେ । ଉପା ସରକାର ଯିବା ପରେ ଏହାର ନାମ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କଲେ । ଓଡ଼ିଶା ସରକାର ବସ୍ତି ଲୋକଙ୍କୁ ଜମି ଦେବା ପାଇଁ ତିଆରି କଲେ ଜାଗା ମିଶନ । ୨୦୧୧ରୁ ଏହାର ଏକ ଯୋଗ୍ୟ ତାଲିକା ହୋଇଛି । ହେଲେ ରାଜ୍ୟ ସରକାର ୨୦୨୩ ରେ ନୂଆ ତାଲିକା କରିଛନ୍ତି । ହେଲେ ଏହି ନୂଆ ତାଲିକାରେ ଦୁଇ ମହଲା କୋଠା, ପ୍ରଭାବଶାଳୀ ଲୋକ, ବଡ ବଡ ଦୋକାନ ଥିବା ଲୋକଙ୍କୁ ଦିଆ ଯାଇଛି । ଏଥିରେ ଦଳୀୟ ଲୋକଙ୍କୁ ଜାଗା ଦିଆଯାଇଛି । ଏପରିକି କୌଣସି ଅଭିଯୋଗ ଥିଲେ ତାହାକୁ ଜଣାଇବା ପାଇଁ ମାତ୍ର ୨ ଦିନ ସମୟ ଦିଆଯାଇଛି । ସେଥିରେ ଗୋଟିଏ ଦିନ ରବିବାର ରହିଛି । ଏଥିରୁ ଜଣା ପଡୁଛି  ବିଏମସି  ପକ୍ଷରୁ ଚଞ୍ଚକତା କରାଯାଇଛି । ଯାହାକୁ କଂଗ୍ରେସ ଦୃଢ଼ ନିନ୍ଦା କରୁଛି ଏବଂ ଏହାକୁ ବାତିଲ କରିବାକୁ ଦାବି କରିଛି । ପୂର୍ବରୁ ପ୍ରସ୍ତୁତ ହୋଇଥିବା ତାଲିକା ବଦଳରେ ନୂଆ ତାଲିକା କରାଯାଉ ଏବଂ ଏହି ତାଲିକାକୁ ନେଇ କୌଣସି ଅଭିଯୋଗ ଥିଲେ ଅଭିଯୋଗପତ୍ର ଦାଖଲ କରିବା ପାଇଁ କିଛି ଦିନର ସମୟ ଦିଆଯାଉ । ଯାହା ଦ୍ୱାରା ସ୍ୱଚ୍ଛତାର ସହ ଜାଗା ମିଶନରେ ସହରାଞ୍ଚଳ ବସ୍ତିବାସିନ୍ଦା ଉପକୃତ ହୋଇପାରିବେ ବୋଲି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।

    Maximum 500 characters

    ତାଜା ଖବର View all

    Find Us on Facebook