Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସରକାରୀ ଅର୍ଥରେ ରାଜନୀତିକୁ ବିଜୟଙ୍କ ବିରୋଧ

    Share on :
    ajab-Image
    Date: Mar 7, 2023    Views: 3265

    ଭୁବନେଶ୍ୱର:  ମହିଳାମାନେ ରାଜନୀତିକୁ ଆସିବାରେ ଆମର କୌଣସି ଦ୍ଵିମତ ନାହିଁ। ଆମେ ସ୍ୱାଗତ କରିବୁ। କିନ୍ତୁ ସରକାର ସେମାନଙ୍କୁ ପ୍ରଲୋଭିତ କରି ଭୋଟ ରାଜନୀତି ନିମନ୍ତେ ବ୍ୟବହାର କରିବା ଉଚିତ ନୁହେଁ। ସରକାରୀ ଅର୍ଥକୁ ବ୍ୟବହାର କରି ଏହି ରାଜନୀତି କରାଯାଉଛି। ଯାହାକୁ ଆମେ ନିଶ୍ଚିତ ବିରୋଧ କରିବୁ ବୋଲି  କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କହିଛନ୍ତି ।
    ମିଶନ ଶକ୍ତି କମିଶନର ତଥା ସଚିବ ସୁଜାତା କାର୍ତ୍ତିକେୟନ ସ୍ୱୟଂସହାୟକ ଗୋଷ୍ଠୀ ମହିଳା(ଏସ୍‌ଏଚ୍‌ଜି)ଙ୍କ ରାଜନୀତିରେ ପ୍ରବେଶ ମନ୍ତବ୍ୟ ଉପରେ ବିଜୟ ପଟ୍ଟନାୟକ ଏହା କହିଛନ୍ତି ।
    ସରକାରୀ ଅର୍ଥରେ ସେମାନେ ରାଜନୀତି କରିପାରିବେ ନାହିଁ। ନିର୍ବାଚନ ପୂର୍ବରୁ ସେମାନେ ସରକାରଙ୍କ ତହବିଲରୁ ଟଙ୍କା ଦେବେ ଏବଂ କହିବେ ଯେ ଆମେ ସେମାନଙ୍କୁ ସଶକ୍ତ କରୁଛୁ, ତାହାର ଅର୍ଥ ହେଲା ଆପଣ ସରକାରୀ ଅର୍ଥ ସିଧା ସଳଖ ରାଜନୀତିରେ ବ୍ୟବହାର କରୁଛନ୍ତି। ଏହା ଠିକ୍ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
     ପ୍ରକାଶଯେ, ଏକ ସାମ୍ବାଦିକ ସମ୍ମିଳନୀରେ  ମିଶନ ଶକ୍ତି କମିଶନର ସୁଜାତା କାର୍ତ୍ତିକେୟନ କହିଥିଲେ, ମହିଳା ସଶକ୍ତି କରଣ ଓ ରାଜନୀତି ସମ୍ପୂର୍ଣ୍ଣ ଭିନ୍ନ କଥା। ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ସିଟ୍ ମହିଳାଙ୍କ ନିମନ୍ତେ ସଂରକ୍ଷଣ ଥିବା ବେଳେ ୭୦ ପ୍ରତିଶତ ମହିଳା ନିର୍ବାଚନ ଲଢ଼ିବାକୁ ଓହ୍ଲାଇଥିଲେ। ଜିଲ୍ଲା ପରିଷଦ ନିର୍ବାଚନରେ ପ୍ରାୟ ୨୧ ଜଣ ଏବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଛନ୍ତି। ମିଶନ ଶକ୍ତି ଏକ ପ୍ଲାଟଫର୍ମ ଦେଉଛି ମହିଳାମାନଙ୍କୁ ଆଗକୁ ବଢ଼ିବାକୁ ଓ ନେତୃତ୍ୱ ନେବା ପାଇଁ। ତେଣୁ ଏହି ମହିଳାମାନେ ଯଦି ରାଜନୀତିକୁ ଆସୁଛନ୍ତି, ତାହେଲେ ଭଲ କଥା। ଏହା ତାଙ୍କ ଅଧିକାର।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook