Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନିର୍ବାଚନ ଲଢିବେ ବିଜୟ ମହାପାତ୍ରଙ୍କ ପୁଅ

    Share on :
    ajab-Image
    Date: Jan 9, 2023    Views: 4031

    ମାର୍ଶାଘାଇ : ବରିଷ୍ଠ ବିଜେପି ନେତା  ବିଜୟ  ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର  ନିର୍ବାଚନ ଲଢିବେ ପୁଅ । ଯାହା ଜଣାପଡୁଛି ଆସନ୍ତା ନିର୍ବାଚନରେ ସେ ପାଟକୁରା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇପାରନ୍ତି । ଏହି ଖବର ଜଣାପଡିବା ପରେ ଅସହ୍ୟ ଶୀତରେ ରାଜନୀତି ପାଣିପାଗ ଗରମ ହୋଇପଡିଛି ।

    ସୂଚନା ଥାଉକି, ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କର ନବବର୍ଷର ବନ୍ଧୁ ମିଳନ ଉତ୍ସବ କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ତିକନପୁର ପଂଚାୟତର ଖେଳ ପଡିଆ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଗରଦପୁର ବ୍ଲକ ସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବିଜୟ ମହାପାତ୍ରଙ୍କ ସମର୍ଥକ ମାନେ ଯୋଗଦେଇଥିଲେ ।
    ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଏହି ବନ୍ଧୁ ମିଳନରେ ଉପସ୍ଥିତ ଥିଲେ । ୨୦୨୪ ମସିହା ଓଡିଶା ରାଜନୀତି  ଏବଂ ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ଏକ ଐତିହାସିକ ପରିବର୍ତ୍ତନ ହେବ ବୋଲି ବିଜୟ ମହାପାତ୍ର ଅଭି ଭାଷଣ ରଖିଥିଲେ । ଏହି କାର୍ୟ୍ୟକ୍ରମରେ ପାଟକୁରା ନିର୍ବାଚନ ମଣ୍ଡଳୀର ହଜାର ହଜାର ବିଜୟ ପ୍ରେମି ଯୋଗଦେଇଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook