Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କାହିଁକି ବିଜୟ ମହାପାତ୍ର ହେଲେ ନାହିଁ ତାରକା ପ୍ରଚାରକ

    Share on :
    ajab-Image
    Date: May 16, 2022    Views: 7549

    ବ୍ରଜରାଜନଗର ଉପନିର୍ବାଚନ ପାଇଁ ଧିରେଧିରେ ସରଗରମ ହେବାରେ ଲାଗିଛି ରାଜନୀତି  । ବାଜିମାତ କରିବା ପାଇଁ ତିନି ଦଳ ପ୍ରସ୍ତୁତ କରିସାରିଛନ୍ତି ରଣନୀତି  । ଏସବୁ ଭିତରେ ବିଜେପିର ତାରକା ପ୍ରଚାରକ ତାଲିକାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା  । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ତାରକା ପ୍ରଚାରକ ତାଲିକାରେ ରଖିନାହିଁ ଭାରତୀୟ ଜନତା ପାର୍ଟି  । ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ବିଜେପି ଦଳକୁ ସମାଲୋଚନା କରାଯାଉଛି  । ଏହି ତାଲିକାରେ ଧର୍ମେନ୍ଦ୍ର ପ୍ରଧାନ, ସମୀର ମହାନ୍ତି, ଜୁଏଲ ଓରାମ, ଡି. ପୁରନ୍ଦେଶ୍ୱରୀ, ବିଶ୍ୱେଶ୍ୱର ଟୁଡୁ, ବୈଜୟନ୍ତ ପଣ୍ଡା, ବସନ୍ତ ପଣ୍ଡା, ସମ୍ବିତ ପାତ୍ର, କନକବର୍ଦ୍ଧନ ସିଂହଦେଓ, ନିତେଶ ଗଙ୍ଗଦେବ, ବିଷ୍ଣୁ ସେଠୀ, ଅପରାଜିତା ଷଡଙ୍ଗୀ, ଖାରବେଳ ସ୍ୱାଇଁ, ପ୍ରଦୀପ ପୁରୋହିତ, ଶ୍ରୀତମ ଦାସ ପ୍ରମୁଖ ସ୍ଥାନ ପାଇଛନ୍ତି  । 

    ଏବେ ପ୍ରଶ୍ନ ଉଠୁଛି ଦଳର ଅନେକ ନେତା ତାଲିକାରେ ସ୍ଥାନ ପାଇଥିଲେ ମଧ୍ୟ କାହିଁକି ବାଦ ପଡ଼ିଲେ ବିଜୟ ? ଏଥିପାଇଁ କିଏ ଦାୟୀ ? ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ  ।

    ତେବେ ବାସ୍ତବ କଥାଟି ହେଉଛି ଏଥିପାଇଁ ନିଜେ ବିଜୟ ମହାପାତ୍ର ହିଁ ଦାୟୀ  । ପୂର୍ବରୁ ପିପିଲି ଉପନିର୍ବାଚନ ବେଳେ ବି ବିଜୟ ମହାପାତ୍ର ତାରକା ପ୍ରଚାରକ ତାଲିକାରେ ନଥିଲେ  । ତେବେ ତିର୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ବେଳେ ସେ ତାରକା ପ୍ରଚାରକ ତାଲିକାରେ ରହିଥିଲେ  । କିନ୍ତୁ ସେହି ଉପନିର୍ବାଚନରେ ସେ ଆଦୌ ପ୍ରଚାରକୁ ଯାଇନଥିଲେ  । ଦୁଇ ଦୁଇ ଥର ଦଳ ତାଙ୍କୁ ତାରକା ପ୍ରଚାରକ କରିଥିଲେ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇନଥିଲେ ବିଜୟ  । ବରଂ ପ୍ରଚାର କରିବେ ନାହିଁ ବୋଲି ଗଣମାଧ୍ୟମରେ ରୋକଠୋକ ଭାବେ କହିଥିଲେ  । ଦଳୀୟ ପ୍ରାର୍ଥୀଙ୍କ ନିମନ୍ତେ ପ୍ରଚାର କରିବା ପାଇଁ ବିଜୟଙ୍କ ଆଗ୍ରହ ନଥିବାରୁ ତାଙ୍କୁ ଏଥର ତାରକା ପ୍ରଚାରକ କରାଯାଇନାହିଁ ବୋଲି ଦଳୀୟ ସୂତ୍ରରୁ ଜାଣିବାକୁ ମିଳିଛି  । 

    ଏସବୁ ଭିତରେ ଆଉ ଏକ ପ୍ରଶ୍ନ ଉଠୁଛି  । ପିପିଲି ଉପନିର୍ବାଚନ ବେଳେ ଦଳର ଅନେକ ଆଗଧାଡ଼ିର ନେତା ପ୍ରଚାର ମଇଦାନକୁ ଓହ୍ଲାଇନଥିଲେ  । ଯେଉଁଥିପାଇଁ ପ୍ରଚାରରେ ବିଜେପି ବହୁ ପଛରେ ପଡ଼ିଯାଇଥିଲା  । ଏବେ ବ୍ରଜରାଜନଗରରେ ବିଜେପି ନେତାମାନେ କିଭଳି ପ୍ରଚାର କରୁଛନ୍ତି ତାହା ଦେଖିବାକୁ ବାକି ରହିଲା  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook