Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଅପରାଜିତାଙ୍କ ସହ ସ୍ୱର ମିଳାଇଲେ ବିଜୟ, ଟାର୍ଗେଟରେ ସରକାର

    Share on :
    ajab-Image
    Date: Apr 4, 2022    Views: 5001

    ଭୁବନେଶ୍ୱର : ସଂସଦରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ  । ଏନେଇ ବିଜେଡ଼ି ଓ ବିଜେପି ମଧ୍ୟ ମୁହାଁମୁହିଁ ହୋଇଛନ୍ତି  । ଅପରାଜିତାଙ୍କୁ କଡ଼ା ସମାଲୋଚନା କରିବାକୁ ବି ବିଜେଡ଼ି ସାଂସଦ ପିନାକୀ ମିଶ୍ର ପଛେଇ ନଥିଲେ  । ଉଭୟଙ୍କ ମଧ୍ୟରେ ଗଣମାଧ୍ୟମରେ କଥା କଟାକଟି ବି ଦେଖିବାକୁ ମିଳିଛି  । ଏବେ ଏଥିରେ ଧସେଇ ପଶିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର  । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସେ ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି  । ଏଭଳି ଏକ ସଂଗୀନ ପ୍ରସଙ୍ଗ ସଂସଦରେ ବି ଉଠିଛି  । କିନ୍ତୁ ଏଯାବତ ଏଏସଆଇ ବା ଏନଏମଏର ଟିମ ଆସି ଅନୁଧ୍ୟାନ କରିନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି  ।

    ଶ୍ରୀମନ୍ଦିର ପ୍ରଶାସନରେ ବିଫଳତାକୁ ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ବର୍ଷିଛନ୍ତି  । ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସୁରକ୍ଷା ନେଇ ସୁପ୍ରିମକୋର୍ଟ ଯେଉଁ ପରାମର୍ଶ ଦେଇଥିଲେ ତାହାକୁ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିନାହାନ୍ତି  । ଏହାର ଅନୁପାଳନ କରାଯାଉନଥିବାରୁ ଏଭଳି ବିଭ୍ରାଟ ଦେଖିବାକୁ ମିଳୁଛି  । ମୁଖ୍ୟମନ୍ତ୍ରୀ ଏନେଇ ସମୀକ୍ଷା କରନ୍ତୁ ବୋଲି ବିଜୟ କହିଛନ୍ତି  ।

    ଶ୍ରୀ ମହାପାତ୍ର କହିଛନ୍ତିଯେ, ଶ୍ରୀମନ୍ଦିର ଭିତରେ ରୋଷଘର ଭାଙ୍ଗି ଦିଆଗଲା  । ଅତୀତରେ ଏଭଳି କେବେ ଦେଖିବାକୁ ମିଳିନଥିଲା  । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ହିଁ ଦାୟୀ  । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ସ୍ଥାୟୀ ପ୍ରଶାସକ ଦାୟିତ୍ୱରେ ରହିବା କଥା  । କିନ୍ତୁ ପୁରୀ ଜିଲ୍ଲାପାଳ ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ୱ ଠିକ ନୁହେଁ  । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ତ୍ରୁଟିଥିଲେବି ଏଏସଆଇ ଓ ଏନଏମଏ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ସେ କହିଛନ୍ତି  ।

     

    Maximum 500 characters

    ରାଜନୀତି View all

    Find Us on Facebook