Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅଭିନୟରୁ ସନ୍ନ୍ୟାସ ନେଲେ ବିଜୟ

    Share on :
    ajab-Image
    Date: Dec 29, 2025    Views: 3848

    ମୁମ୍ବାଇ: ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଅଭିନେତା ଥଲାପତି ବିଜୟ ଅଭିନୟରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି । ଶନିବାର ମାଲେସିଆରେ ଏଚ୍.ବିନୋଦଙ୍କ ଫିଲ୍ମ ‘ଜନ ନାୟଗନ୍’ର ଅଡିଓ ଲଞ୍ଚ କାର୍ଯ୍ୟକ୍ରମରେ ତାଙ୍କର ଏହି ଘୋଷଣା ସାମ୍ନାକୁ ଆସିଛି । ଏଥିସହ ‘ଜନ ନାୟଗନ୍’ ୫୧ ବର୍ଷୀୟ ଥଲାପତି ବିଜୟଙ୍କ ଅନ୍ତିମ ଫିଲ୍ମ ହେବ । ଏହାପରେ ସେ ପୂରାପୂରି ରାଜନୀତି ଉପରେ ଫୋକସ୍ କରିବାକୁ ସ୍ପଷ୍ଟ କରିଛନ୍ତି ।
    କାର୍ଯ୍ୟକ୍ରମରେ ବିଜୟ କହିଥିଲେ, ଲୋକେ ତାଙ୍କ ପାଇଁ ଥିଏଟରକୁ ଆସି ଲାଇନରେ ଛିଡ଼ା ହୁଅନ୍ତି । ସେଥିପାଇଁ ସେ ଆଗାମୀ ୩୦-୩୩ ବର୍ଷ ଯାଏ ଲୋକଙ୍କ ପାଇଁ ଛିଡ଼ା ହେବାକୁ ପ୍ରସ୍ତୁତ ଅଛନ୍ତି । ସେହି ପ୍ରଶଂସକଙ୍କ ଲାଗି ହିଁ ସେ ଫିଲ୍ମ ଜଗତରୁ ସନ୍ନ୍ୟାସ ନେଉଛନ୍ତି । ସେହିପରି ତାଙ୍କୁ ଦୀର୍ଘବର୍ଷ ଧରି ମିଳିଥିବା ଭଲପାଇବା ପାଇଁ ବିଜୟ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ମାତ୍ର ୧୦ ବର୍ଷ ବୟସରେ ତାମିଲ ଫିଲ୍ମ ‘ଭେଟ୍ରି’ରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ବିଜୟ । ୧୮ ବର୍ଷ ବୟସରେ ସେ ‘ନାଲୈୟା ଥିରପୁ’ ଫିଲ୍ମ ମାଧ୍ୟମରେ ନାୟକ ରୂପେ ଡେବ୍ୟୁ କରିଥିଲେ । ନିଜର ୩୩ ବର୍ଷ ଲମ୍ବା ଫିଲ୍ମ କ୍ୟାରିୟର ମଧ୍ୟରେ ପ୍ରଶଂସକଙ୍କୁ ସେ ଅନେକ ହିଟ୍ ଫିଲ୍ମ ଉପହାର ଦେଇଛନ୍ତି । ଶେଷ ଫିଲ୍ମ ‘ଜନ ନାୟଗନ୍’ରେ ତାଙ୍କ ସହିତ ଅଭିନେତ୍ରୀ ପୂଜା ହେଗଡେ ସ୍କ୍ରିନ୍ ସେୟାର କରିବେ । ବବି ଦେୱଲଙ୍କୁ ମଧ୍ୟ ସେଥିରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଏଚ୍.ବିନୋଦ ଏହି ରାଜନୈତିକ ଆକ୍ସନ ଥ୍ରିଲରର ନିର୍ଦ୍ଦେଶନାରେ ଅଛନ୍ତି । ଆସନ୍ତାବର୍ଷ ଜାନୁଆରୀ ୯ ତାରିଖରେ ତାହା ରିଲିଜ୍ ହେବ । ସୂଚନାଥାଉକି, ଗତବର୍ଷ ବିଜୟ ନିଜର ରାଜନୈତିକ ଦଳ ତାମିଲଗା ଭେଟ୍ରି କାଜଗମ ଗଠନ କରିଥିଲେ । ୨୦୨୬ରେ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook