Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କୃଷକ, ଶିକ୍ଷକଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ହେବ : ବିଜୟ

    Share on :
    ajab-Image
    Date: Sep 3, 2026    Views: 2223

    ଚେନ୍ନଇ : ତାମିଲନାଡୁରେ ଡିଏମ୍‌​‌େ​‌କ ଶାସନକାଳରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିଥିବା କୃଷକ ଓ ଶିକ୍ଷକଙ୍କ ଉପରେ ସରକାର ମାମଲା ରୁଜୁ କରିଥିଲେ। ତେବେ କୃଷକ ଓ ଶିକ୍ଷକଙ୍କ ଉପରେ ଥିବା ମାମଲା ପ୍ରତ୍ୟାହାର କରାଯିବ ବୋଲି ବୁଧବାର ବିଧାନସଭାରେ ଘୋଷଣା କରିଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସି. ଯୋଶେଫ ବିଜୟ। ବିଧାନସଭାରେ ଉଦ୍‌ବୋଧନ ଦେଇ ବିଜୟ କହିଥିଲେ ପୂର୍ବର ଡିଏମ୍‌କେ ସରକାର ବିଭିନ୍ନ ପ୍ରସଙ୍ଗରେ ନିଜ ଦାବି ପୂରଣ ପାଇଁ ଆନ୍ଦୋଳନ କରିଥିବା କୃଷକ ଓ ଶିକ୍ଷକଙ୍କ ଉପରେ ମାମଲା ରୁଜୁ କରିଥିଲେ। ସେସବୁ ମାମଲାର ବିଚାର ଜାରି ରହିଥିବାରୁ କୃଷକ ଓ ଶିକ୍ଷକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରସଙ୍ଗରେ କୃଷକ ଓ ଶିକ୍ଷକଙ୍କୁ ଆଶ୍ବସ୍ତି ଦେବାକୁ ତାଙ୍କ ସରକାର ସବୁ ମାମଲା ପ୍ରତ୍ୟାହାର କରିବ। କୃଷକ, ଶିକ୍ଷକଙ୍କ ସହ ତାଙ୍କ ସରକାର ରହିଛନ୍ତି ଏବଂ ସେମାନଙ୍କ ନ୍ୟାଯ୍ୟ ଦାବି ନିଶ୍ଚିତ ଭାବେ ପୂରଣ କରାଯିବ। କୃଷକ ଓ ଶିକ୍ଷକଙ୍କ ଉପରୁ ମାମଲା ପ୍ରତ୍ୟାହାର କରାଯିବା ଫଳରେ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ବିଶ୍ବାସ ଅଧିକ ସୁଦୃଢ଼ ହେବ। କୃଷକ ଓ ଶିକ୍ଷକଙ୍କର ସମାଜ ପ୍ରତି ବହୁ ଅବଦାନ ରହିଛି। ତେଣୁ ସେମାନଙ୍କ ବିରୋଧରେ ଥିବା ଅଭିଯୋଗକୁ ପ୍ରତ୍ୟାହାର କରିବା ନିମନ୍ତେ ତାମିଲନାଡ଼ୁ ସରକାର ନିଷ୍ପତ୍ତି ନେଇଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook