ମୁଖ୍ୟ ଖବର
ପାଟନା; ବିହାର ବାଜି କିଏ ଜିତିବ ? ସମୟ ଗଡୁଛି ଉତ୍କଣ୍ଠା ବଢୁଛି । ଇଭିଏମ୍ରୁ ପ୍ରାର୍ଥୀଙ୍କ ଭାଗ୍ୟ ଖୋଲୁଛି । ବିହାରରେ ବହୁ ଆଗରେ ଚାଲିଛି ଏନ୍ଡିଏ । ବମ୍ପର ଗତିରେ ଆଗକୁ ବଢୁଛି ଏନଡିଏ । ଏକଜିଟ୍ ପୋଲ ଆକଳନ ଏକଜାଟ୍ ହେବାକୁ ଯାଉଛି । ମ୍ୟାଜିକ୍ ନମ୍ବର ୧୨୨ ପାର୍ କରି ଅନେକ ଆସନରେ ଟ୍ରେଣ୍ଡ କରୁଛି ଏନ୍ଡିଏ । ଏନଡିଏ ୧୯୦ ଆସନରେ ଆଗୁରେ ଚାଲିଛି । କ୍ଲାନ ସୁଇପ୍ କରିବା ପଥରେ ଆଗଉଛି ଏନଡିଏ । ବହୁ ପଛରେ ପଡିଛି ତେଜସ୍ୱୀଙ୍କ ମହାଗଠବନ୍ଧନ । ତେଜପ୍ରତାପଙ୍କ ତେଜ ଦେଖିବାକୁ ମିଳୁନାହିଁ । ମହାମେଣ୍ଟ ୫୦ ଆସନରେ ଆଗରେ ରହିଛି । ସେହିପରି ପ୍ରଶାନ୍ତ କିଶୋରଙ୍କ ଜନ ସୁରଜ ପାର୍ଟି ୨ଟି ଆସନରେ ଲିଡ୍ କରୁଛି ।
ବିହାରରେ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିବା ଏମ୍ଜିବି ପୂରା ନିରାଶ । ମହାମେଣ୍ଟର ନୈରାଶ୍ୟଜନକ ଅବସ୍ଥା ଦେଖିବାକୁ ମିଳିଛି । ଏନଡିଏ ୧୯୦ ଆସନ ଯାହା ମ୍ୟାଜିକ ନମ୍ବର ୧୨୨ଠୁ ଢେର ଆଗରେ ଥିବା ବେଳେ ମହାମେଣ୍ଟ ୫୦ ଆସନରେ ଲିଡ୍ କରୁଛି । ଏହି ଟ୍ରେଣ୍ଡ ଦେଖି ଲାଗୁଛି କଂଗ୍ରେସ ଇସିଙ୍କୁ ଟାର୍ଗେଟ କରିଛି । କଂଗ୍ରେସ ନେତା ପୱନ ଖେଡା କହିଛନ୍ତି ଏମିତି ଲାଗୁଛି କି, ପ୍ରତିଯୋଗିତା ନିର୍ବାଚନ ଆୟୋଗ ଓ ବିହାର ଜନତାଙ୍କ ମଧ୍ୟରେ ହେଉଛି । ଲାଗୁଛି ଜ୍ଞାନେଶ କୁମାର ସଫଳ ହେଉଛନ୍ତି ।
ବିହାର ବିଧାନସଭା ନିର୍ବାଚନରେ ୨୪୩ ଆସନର ଫଳାଫଳ ଆଜି ଘୋଷଣା ହେବ। ଭୋଟ୍ ଗଣତି ଜାରି ରହିଚନ୍ତି । ଏନ୍ଡିଏ ଏବଂ ବିରୋଧୀ ମହାଗଠବନ୍ଧନ ମଧ୍ୟରେ ବିଗ୍ ଫାଇଟ୍ ଚାଲିଛି । ଏହି ସମୟରେ, ଜନସୁରାଜ ମଧ୍ୟ ନିଜର ଦୃଢ଼ ଉପସ୍ଥିତି ଦାବି କରୁଛନ୍ତି । ବହୁମତ ପାଇଁ ଯେକୌଣସି ଦଳ କିମ୍ବା ମେଣ୍ଟକୁ ୧୨୨ ଆସନ ହାସଲ କରିବାକୁ ପଡିବ । ଏନଡିଏ ଏବଂ ମହାଗଠବନ୍ଧନ ଉଭୟ ବିଜୟ ଦାବି କରୁଛନ୍ତି । ରେକର୍ଡ ଭୋଟିଂ ହୋଇଥିବାରୁ ସେମାନଙ୍କର ଦାବି ଭିନ୍ନ ରହିଛି । NDA ଏହାକୁ ସୁଶାସନର ସମର୍ଥନରେ ଏକ ଜନାଦେଶ ବୋଲି କହୁଥିବା ବେଳେ, ବିରୋଧୀ ଏହାକୁ ପରିବର୍ତ୍ତନ ପାଇଁ ଜନସାଧାରଣଙ୍କ ଇଚ୍ଛାର ଏକ ସଙ୍କେତ ଭାବରେ ଦେଖୁଛି । ଆଉ ଅଳ୍ପ ସମୟ ମଧ୍ୟରେ ସ୍ପଷ୍ଟ ହୋଇଯିବ ଯେ ଜନସାଧାରଣ ରାଜ୍ୟର ସବୁଠାରୁ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ଥିବା ନୀତିଶ କୁମାରଙ୍କୁ ଦ୍ୱିତୀୟ ସୁଯୋଗ ଦେବେ ନା ପରିବର୍ତ୍ତନର ପଥ ବାଛିବେ ।
Comments ସମସ୍ତ ମତାମତ