ମୁଖ୍ୟ ଖବର
ନୂଆଦିଲ୍ଲୀ: ବିହାରର ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ନେଇଛନ୍ତି ସମ୍ରାଟ ଚୌଧୁରୀ। ଏହା ସହିତ ସେ ପାଲଟି ଯାଇଛନ୍ତି ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ।ପାଟନାରେ ଲୋକଭବନରେ ରାଜ୍ୟପାଳ ସୈୟଦ ଅତା ହସନୈନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସମ୍ରାଟ ଚୌଧୁରୀ ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜେଡିୟୁର ଦୁଇ ନେତା ବିଜୟ ଚୌଧୁରୀ ଓ ବିଜେନ୍ଦ୍ର ଯାଦବ।
କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ଉପସ୍ଥିତିରେ ମଙ୍ଗଳବାର ସମ୍ରାଟ ଚୌଧୁରୀଙ୍କୁ ବିଜେପିର ବିଧାୟକ ଦଳର ନେତା ବଛା ଯାଇଥିଲା। ତା'ପରେ ସେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଥିଲେ।ନୀତୀଶ କୁମାର ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଫଳରେ ବିହାରରେ ପ୍ରାୟ ଦୁଇ ଦଶନ୍ଧି ଧରି ଚାଲିଥିବା ନୀତୀଶ ଶାସନର ଅନ୍ତ ଘଟିଥିଲା ଓ ଆଜି ଠାରୁ ସମ୍ରାଟ ଯୁଗ ଆରମ୍ଭ ହୋଇଛି।୫୭ ବର୍ଷୀୟ ସମ୍ରାଟ ଚୌଧୁରୀ ନୀତୀଶଙ୍କର ମନ୍ତ୍ରିମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ଭାବେ କାର୍ୟ୍ୟକରୁଥିଲେ। କୋଇରିରୁ ଆସୁଥିବା ସମ୍ରାଟ ହେଉଛନ୍ତି ବିହାର ଓବିସର ବଡ଼ ନେତା। ଯାଦବଙ୍କ ପରେ ସମ୍ରାଟ ଆସୁଥିବା କୁଶୱାହ ଜାତିର ଜନସଂଖ୍ୟା ସର୍ବାଧିକ ।
Comments ସମସ୍ତ ମତାମତ