ମୁଖ୍ୟ ଖବର
ଭୁବନେଶ୍ୱର : ଜମିବ ହୋଲି । ସମ୍ପର୍କରେ ଲାଗିବ ଗାଢା ରଙ୍ଗ । ହୋଲିକୁ ଆହୁରି ରଙ୍ଗିନ କରିବେ ବଲିଉଡ଼ ସେଲିବ୍ରେଟି । ଓଡ଼ିଶା ଆସିଛନ୍ତି ବିଗବସ - ୧୫ ବିଜୟିନୀ ତେଜସ୍ୱୀ ପ୍ରକାଶ ଓ ଅଭିନେତ୍ରୀ ଅମ୍ରିତା ରାଓ ହୋଲି ପାଳିବା ପାଇଁ । ସୋମବାର ଆସି ଭୁବନେଶ୍ୱରରେ ପହଂଚିଛନ୍ତି ।
ପୁରୀ କୋଣାର୍କ ମେରାଇନ ଡ଼୍ରାଇଭରେ ବ୍ଲୁ ସ୍ପ୍ଲାସ୍ ୱାଟର ପାର୍କ କ୍ୟାମ୍ପସରେ ହେବାକୁ ଥିବା ହୋଲି ଉତ୍ସବରେ ଯୋଗ ଦେବେ । ଏଥିରେ ଏଲଏସଡ଼ି ଗାର୍ଲସ ବ୍ୟାଣ୍ଡ, ଡ଼ିଜେ ଏବଂ ଓଲିଉଡ଼ କଳାକାର ପ୍ରିୟା ଚୈାଧୁରୀ , ସୁପ୍ରିୟା ନାୟକ ,ସସ୍ମିତା ପଣ୍ଡା , ମନସ୍ୱିନୀ , ଗୁଡ଼ୁ , ଅଭିଜିତ୍ ଦାସ ଓ ଅନ୍ୟମାନେ ସାମିଲ ହେବେ ।ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ହୋଟେଲ କଳିଙ୍ଗ ଅଶୋକାରେ ହୋଲି ଉତ୍ସବ ପାଳନ କରାଯିବ । ଯେଉଁଥିରେ ଅଭିନେତ୍ରୀ ଅମ୍ରିତା ରାଓ ଏବଂ ଡ଼ିଜେ ଭେନସ ଯୋଗଦେବେ ।
Comments ସମସ୍ତ ମତାମତ