Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ମୁକ୍ତିଲାଭ କଲା ବିଦ୍ୟାରାଣ

    Share on :
    ajab-Image
    Date: Jul 2, 2022    Views: 3808

    ମୁକ୍ତିଲାଭ କଲା ବିଦ୍ୟାରାଣ


    ଶେଷରେ ପରଦାକୁ ଆସିଛି ବିଦ୍ୟାରାଣ । ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କରିଛି ବହୁ ପ୍ରତୀକ୍ଷିତ ଓଡିଆ ଚଳଚ୍ଚିତ୍ର ବିଦ୍ୟାରାଣ । ସାରା ଓଡିଶାରେ ୭୦ଟି ହଲରେ ଏକକାଳୀନ ସିନେମାଟି ମୁକ୍ତିଲାଭ କରିଛି । ଷ୍ଟାରସନ୍ ବାବୁସନ୍ ଓ ଚୁଲ୍ବୁଲି ଶିବାନୀଙ୍କ ଅଭିନୀତ ଏହି ସିନେମାକୁ ଦେଖିବାକୁ ପ୍ରେକ୍ଷାଳୟରେ ପ୍ରବଳ ଚହଳି ଦେଖିବାକୁ ମିଳିଛି । ଦର୍ଶକଙ୍କ ଭିଡକୁ ଦେଖି ରିଲିଜ୍ ଦିନରୁ ହିଁ ଏହା ଭଲ ହୋଇଛି ବୋଲି କୁହାଯାଇପାରେ । ତଥ୍ୟ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ହୋଇଛି ବିଦ୍ୟାରାଣ । ଯେଉଁଥିରେ ବାବୁସାନ୍ ଜବରଦସ୍ତ ଲୁକରେ ଆସିଥିବା ବେଳେ ଶିବାନୀଙ୍କ ଅଭିନୟ ବି ବେଶ୍ ଦମଦାର ହୋଇଛି । ସିନେମା ପ୍ରିମିୟର ପାଇଁ ମହାରାଜା ସିନେମା ହଲ୍ ସାମ୍ନାରେ ବାବୁସାନ-ଶିବାନୀ ପହଁଞ୍ଚିବା ପରେ ସେଠାରେ ଦର୍ଶକଙ୍କ ଭିଡ ଲାଗିଥିଲା । ଅନେକ ଦିନର ବ୍ୟବଧାନ ପରେ ସୁପରଷ୍ଟାର୍ ବାବୁସାନ୍ ଓ ନାୟିକା ଶିବାନୀଙ୍କ ଯୋଡିକୁ ଦର୍ଶକ ବଡ ପରଦାରେ ଦେଖିବାକୁ ପାଇବେ । ନିରଞ୍ଜନ ନାୟକ ଏହାର ପ୍ରଯୋଜକ ଥିବାବେଳେ କାହାଣୀ ପରିକଳ୍ପନା ସହ ନିଦେ୍ର୍ଧଶନା ଦେଇଛନ୍ତି ଜ୍ୟୋତି ଦାସ । ପୂର୍ବରୂ ଜ୍ୟୋତିଙ୍କ ସହ ଶିବାନୀ କାମ କରିସାରିଥିବା ବେଳେ ବାବୁସାନ୍ ପ୍ରଥମ ଥର ଜ୍ୟୋତିଙ୍କ ନିଦେ୍ର୍ଧଶନାରେ ଅଭିନୟ କରିଛନ୍ତି । ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରରେ ସଂଳାପ ଲେଖିଥିବାବେଳେ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଓ ସହଗୀତ ନିଦେ୍ର୍ଧଶନା ଦେଇଛନ୍ତି ବୈଦ୍ୟନାଥ ଦାସ । ଫିଲ୍ମରେ ବାବୁସାନ୍ ନିଜେ ଗୀତ ଗାଇଥିବା  ବେଳେ  ସ୍ୱୟମ୍ ପାଢୀ, ଅସୀମା ପଣ୍ଡା, ଅନନ୍ୟା, ଲିପ୍ସା, ଗୌରବ ଓ ହ୍ୟୁମାନ ସାଗର ପ୍ରମୁଖ କଣ୍ଠଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉତ୍ତମ ମହାନ୍ତି , ସାହେବ, ରାଜା, ସୁଜିତ୍, ପୁପୁଲ୍, ପ୍ରିୟଙ୍କା, ପୀୟୂଷ, ବିଭୁ , ମାନ୍ୟତା ପ୍ରମୁଖ ଭୂମିକାରେ ଆସିଛନ୍ତି । ଆକ୍ସନ୍, ରୋମାନ୍ସ ଓ ଇମୋସନକୁ ନେଇ ସିନେମାଟି ସୁପରହିଟ୍ ହେବ ବୋଲି କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ କହିଛନ୍ତି ।  

    Maximum 500 characters

    ସିନେମା View all

    Find Us on Facebook