Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଧାନ ଚନ୍ଦ୍ର ରାୟ : ଆଧୁନିକ ପଶ୍ଚିମବଙ୍ଗର ନିର୍ମାତା

    Share on :
    ajab-Image
    Date: Mar 12, 2021    Views: 6132

    ବିଧାନଚନ୍ଦ୍ର ରାୟ  । ପ୍ରାକ ସ୍ୱାଧିନୋତର ଓ ସ୍ୱାଧିନତା ପରର ଜଣେ ଅନନ୍ୟ ନାୟକ  । ୧୮୮୨ ଜୁଲାଇ ୧ରେ ଜନ୍ମଗ୍ରହଣ କରିଥିବା ବିଧାନଚନ୍ଦ୍ର ରାୟ ୧୯୬୨ରେ ମୃତୁ୍ୟବରଣ କରିଥିଲେ  । ଜଣେ ଶିକ୍ଷାବିତ, ଡାକ୍ତର, ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା ଭାବେ ସେ ଅନନ୍ୟ କୃତିତ୍ୱ ହାସଲ କରିଥିଲେ  । ୧୯୪୮ରୁ ୧୯୬୨ ପର୍ଯ୍ୟନ୍ତ ସେ ଥିଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ । ପଶ୍ଚିମବଙ୍ଗର ଅନେକ ଅନୁଷ୍ଠାନ ଓ ଦୁର୍ଗାପୁର, କଲ୍ୟାଣୀ, ବିଧାନନଗର, ଅଶୋକ ନଗର ଓ ହାବ୍ରା ଭଳି ପ୍ରମୁଖ ସହରର ସେ ହେଉଛନ୍ତି ପ୍ରମୁଖ ବିନ୍ଧାଣୀ  । ଇତିହାସରେ ସେ ଏକକାଳୀନ ଏଫଆରସିଏସ ଓ ଏମଆରସିପି ଡିଗ୍ରୀ ହାସଲ କରିଥିଲେ  । ତାଙ୍କର ଜନ୍ମଦିନକୁ ମନେ ପକାଇ ପ୍ରତିବର୍ଷ ଜୁଲାଇ ପହିଲାରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି  । ୧୯୬୧ ଫେବୃଆରୀ ୪ରେ ତାଙ୍କୁ ଭାରତ ରନôରେ ଭୂଷିତ କରାଯାଇଥିଲା  ।

    ପ୍ରଫୁଲ୍ଲ ଚନ୍ଦ୍ର ଘୋଷଙ୍କ ପରେ ସେ ହେଉଛନ୍ତି ପଶ୍ଚିମବଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ  । ପ୍ରାରମ୍ଭରେ ସେ ରାଜନୀତିକୁ ଯିବା ପାଇଁ ଚାହୁଁନଥିଲେ  । ଜଣେ ଭଲ ଡାକ୍ତର ହେବା ପାଇଁ ହିଁ ତାଙ୍କର ଲକ୍ଷ୍ୟ ରହିଥିଲା  । ତେବେ ଗାନ୍ଧିଜୀଙ୍କର ପରାମର୍ଶ କ୍ରମେ ସେ ରାଜନୀତିକୁ ଆସିଥିଲେ  । ୧୯୪୮ ଜାନୁଆରୀ ୨୩ରେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ତାୟିତ୍ୱ ଗ୍ରହଣ କରିଥିଲେ  । ସେବେଠାରୁ ମୃତୁ୍ୟ ପର୍ଯ୍ୟନ୍ତ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରହିଥିଲେ । ଯେତେବେଳେ ପଶ୍ଚିମବଙ୍ଗ ସାମ୍ପ୍ରଦାୟିକ ହିଂସାରେ ଜଳୁଥିଲା, ଯେତେବେଳେ ଖାଦ୍ୟାଭାବ, ବେରୋଜଗାରୀ ବୃଦ୍ଧି ପାଇଥିଲା, ଯେଉଁ ସମୟରେ ପୂର୍ବ ପାକିସ୍ତାନରୁ ହଜାର ହଜାର ସଂଖ୍ୟକ ରିଫୁ୍ୟଜିମାନଙ୍କର ଅନୁପ୍ରବେଶ ଘଟିଥିଲା ସେହି ସମୟରେ ସେ ପଶ୍ଚିମବଙ୍ଗର ନେତୃତ୍ୱ ନେଇ ରାଜ୍ୟ ପ୍ରଗତିର ସାରଥି ସାଜିଥିଲେ  ।

    Maximum 500 characters

    ରାଜନୀତି View all

    Find Us on Facebook