Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଜେଡି ଛାଡ଼ିବା ନେଇ ଭୂପିନ୍ଦର ଦେଲେ ସଙ୍କେତ

    Share on :
    ajab-Image
    Date: Sep 3, 2025    Views: 3825

    ଭୁବନେଶ୍ୱର: ବିଜେଡି ଛାଡ଼ିବା ନେଇ ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ ସଙ୍କେତ ଦେଇଛନ୍ତି ।  ଶ୍ରୀ ସିଂ କହିଛନ୍ତି ଯେ ମୋ ପାଇଁ ଲୋକେ ହିଁ ଶ୍ରେଷ୍ଠ, ଦଳ ନୁହେଁ । ମୋର ଭବିଷ୍ୟତ କ’ଣ ହେବ ତାହା ଲୋକେ ନିଷ୍ପତ୍ତି ନେବେ । ଲୋକେ ମୋତେ କହୁଛନ୍ତି ଯେଉଁ ଚିହ୍ନରେ ମୁଁ ଛିଡ଼ା ହେବି ଭୋଟ ଦେବେ । କଂଗ୍ରେସ ଦେଶରେ ଓ ରାଜ୍ୟରେ ବଢ଼ିବାରେ ଲାଗିଛି । ବିଜେଡି ଠିକଭାବେ ମୁଖ୍ୟ ବିରୋଧୀ ଦଳର ଭୂମିକା ନନେଲେ କଂଗ୍ରେସ ବଢ଼ିବ ।  ଲୋକେ ଅନୁଭବ କରୁଛନ୍ତି ଯେ ବିଜେଡି ଓ ବିଜେପି ଭିତରେ କିଛି ପ୍ରଭେଦ ନାହିଁ । ତେଣୁ ଲୋକ କଂଗ୍ରେସ କଥା ଚିନ୍ତା କଲେଣି । ଲୋକେ ବିରୋଧୀ ଦଳ ଠାରୁ ଯାହା ଆଶା କରୁଛନ୍ତି ତାହା ବିଜେଡି ଠାରୁ ପାଉନାହାନ୍ତି ବୋଲି ଶ୍ରୀ ସିଂହ କହିଛନ୍ତି ।  ବିରୋଧୀ ଦଳ ଭାବେ ବିଜେଡି ଠିକ ଭାବେ ପ୍ରସଙ୍ଗ ଉପସ୍ଥାପନ କରୁ ନଥିବାରୁ ତାର ଫାଇଦା କଂଗ୍ରେସ ନେଉଛି। ଲୋକେ ବିଜେଡି ଠୁ ଦୁରେଇ ନାହାନ୍ତି କିନ୍ତୁ ଲୋକେ ବିରୋଧୀ ଦଳ ଠୁ ଯାହା ଆଶା କରୁଛନ୍ତି ତାହା ବିଜେଡି ଠୁ ପାଉ ନାହାନ୍ତି । ଏପରି ମନ୍ତବ୍ୟ ଦେଇ ସେ ତେରଛା ବାଣ ମାରିଥିବା ରାଜ୍ୟ ରାଜ‌ନୈତିକ ମହଲରେ ଚର୍ଚ୍ଚା ହେବା ଆରମ୍ଭ କରିଛି।ଚର୍ଚ୍ଚା ଜୋର୍‌ ଧରିଛି ଯେ ଭୂପିନ୍ଦର ସିଂ ଖୁବ ଶୀଘ୍ର ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେଇପାରନ୍ତି। ତେବେ, ଏ ସମ୍ପର୍କରେ ସେ ଏପର୍ୟ୍ୟନ୍ତ ସ୍ପଷ୍ଟ ଭାବେ କିଛି କହିନାହାଁନ୍ତି। ତାଙ୍କର ଏହି ବୟାନ ଓଡ଼ିଶାର ରାଜନୀତିରେ ଏକ ନୂଆ ମୋଡ଼ ଆଣିପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook