ମୁଖ୍ୟ ଖବର
ଭୁବନେଶ୍ୱର : କଟକରେ ଜଣେ ବସ୍ତି ଝିଅଙ୍କୁ ଡେପୁଟି ମେୟର ପଦବୀରେ ଅବସ୍ଥାପିତ କରିଛି ବିଜୁ ଜନତା ଦଳ । ସୁପ୍ରିମୋ ନବୀନ ପଟ୍ଟନାୟକ ସମସ୍ତ ଡେପୁଟି ମେୟର ଆଶାୟୀଙ୍କୁ ଏମିତି ଚକମା ଦେଇଥିଲେ । ଅନରୂପ ଭାବେ ଭୁବନେଶ୍ୱରରେ ମଧ୍ୟ ଚକମା ଦେଇଛନ୍ତି । ବିଜେଡ଼ିର ହେଭିୱେଟ କର୍ପୋରେଟରଙ୍କ ଆଶାରେ ପାଣି ପୂରାଇ ଡେପୁଟି ମେୟର ଭାବେ ମଞ୍ଜୁଲତା କହଁରଙ୍କୁ ଦଳ ଦାୟିତ୍ୱ ଦେଇଛି ।
ସୂଚନାଯୋଗ୍ୟଯେ, ଡେପୁଟି ମେୟର କିଏ ହେବେ ସେନେଇ କେହି ଟେର ପାଇନଥିଲେ । ଲୋ ପ୍ରୋଫାଇଲ ନେତାଙ୍କୁ ଦଳ ଦାୟିତ୍ୱ ଦେବବୋଲି ଶୁଣିବାକୁ ମିଳିବା ପରେ ଲାଲମୋହନ ଟୁଡ଼ୁଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଟୁଡୁ ଜଣେ ବସ୍ତିବାସିନ୍ଦା ହୋଇଥିବାବେଳେ ଏସସି ବର୍ଗର ପ୍ରତିନିଧିତ୍ୱ କରୁଛନ୍ତି । ସେହିପରି କେହିକେହି ୧୮ ନମ୍ବର ୱାଡର଼୍ର କର୍ପୋରେଟର ବିପ୍ଳବ ବେହେରାଙ୍କ ନାମ ମଧ୍ୟ ଉଠାଉଥିଲେ ।
ବିଜେଡ଼ି ଓ ସମର୍ଥିତ କର୍ପୋରେଟରଙ୍କ ସଂଖ୍ୟା ୫୧ ଥିବାରୁ ବିଜେଡ଼ି ଡେପୁଟି ମେୟର ଜିତିବା ସୁନିଶ୍ଚିତ ହୋଇଯାଇଥିଲା । କାହିଁକିନା ଦଳୀୟ ହ୍ୱିପ ଥିବାରୁ କ୍ରସ ଭୋଟିଂର ଆଶଙ୍କା ବି କ୍ଷୀଣ ରହିଥିଲା । ସେହିପରି ବିଜେପିର ମାତ୍ର ୧୦ ଜଣ କର୍ପୋରେଟର ଥିବାରୁ ଦଳ ଏଥିପାଇଁ ପ୍ରାର୍ଥୀ ଦେବନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲା ।
Comments ସମସ୍ତ ମତାମତ