Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୧ରେ ଖୋଲିବ ଭିତରକନିକା

    Share on :
    ajab-Image
    Date: Jul 29, 2026    Views: 3542

    ରାଜନଗର : କୁମ୍ଭୀର ପ୍ରଜନନ ଋତୁ ପାଇଁ ମେ ପହିଲାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା। ଏହି ସମୟରେ ମା କୁମ୍ଭୀର ଅଧିକ ହିଂସ୍ର ହୋଇ ରହିଥାଏ। ସେହି ଦୃଷ୍ଟିରୁ ପର୍ଯ୍ୟଟକମାନଙ୍କୁ ଏହି ସମୟରେ ଭିତରକନିକାକୁ ଆସିବା ପାଇଁ ବାରଣ କରାଯାଇଥାଏ। ଅଗଷ୍ଟ ପହିଲାରୁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ପୂର୍ଣ୍ଣବାର ଖୋଲିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି।
    କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୧୧୭ ବସା ଚିହ୍ନଟ ହୋଇଥିବା ବନବିଭାଗ ସୂତ୍ରରୁ ଜଣାପଡ଼ିଛି। କନିକା ରେଞ୍ଜରେ ଥିବା ଡାଙ୍ଗମାଳ (୨୮),ଭିତରକନିକା (୩୬),ରଗଡ଼ାପାଟିଆ (୨୭),କାଳିଭଞ୍ଜଡିଆ (୩),ଉତ୍ତର ମହିଂସାମଡା(୫) ଓ ଦକ୍ଷିଣ ମହିଂସାମଡ଼ା (୭) ଏହି ସମସ୍ତ ସ୍ଥାନରେ ମୋଟ ୧୦୬ଟି କୁମ୍ଭୀର ବସା ଚି଼ହ୍ନଟ, ରାଜନଗର ରେଞ୍ଜରେ ଶୁଣେଇ-ରୁପେଇ(୨), ତେନ୍ତୁଳି କ୍ରିକ (୨), ବାଲିନାଳୀ କ୍ରିକ (୧), ବ୍ରାହ୍ମଣି କ୍ରିକ (୨), ଯୋଗିନାଥ ପ୍ଲାଣ୍ଟେସନ (୧), ହବାଳ କ୍ରିକ(୧) ଓ ବରୁଣେଇ ଜେଠି (୧), ଏହି ସମସ୍ତ ସ୍ଥାନରେ ମୋଟ ୧୦ଟି ଓ ମହାକାଳପଡ଼ା ରେଞ୍ଜରେ ୧ଟି କୁମ୍ଭୀର ବସା ଚିହ୍ନଟ ହୋଇଛି।

    ପ୍ରକାଶ ଯେ, ପ୍ରତିବର୍ଷ ମଇ ୧ ତାରିଖଠାରୁ ଜୁଲାଇ ୩୧ ତାରିଖ ଦୀର୍ଘ ୩ ମାସ ଧରି ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପ୍ରକ୍ରିୟା ଜାରି ରହିଥାଏ। ମା’ କୁମ୍ଭୀର ଅନ୍ତସତ୍ତ୍ୱା ହେବା ପରେ ଅଣ୍ଡା ଦେବାପାଇଁ ନିରାପଦ ସ୍ଥାନ ଖୋଜିଥାଏ। ନାଳ ଠୁଁ ଉଚ୍ଚ ସ୍ଥାନରେ ବସା କରି ଖରଖରି ପତ୍ର ୨ ଫୁଟ ଉଚ୍ଚର ଗଦା କରିଥାଏ। ଗଦା ଉପରେ କୁମ୍ଭୀର ଅଣ୍ଡା ଦେବାପରେ ତା’ ଉପରେ ପୁଣି ଖରଖରି ପତ୍ର ଓ କାଠି କୁଟା ଘୋଡାଇ ଦେଇଥାଏ। ପ୍ରତ୍ୟେକ କୁମ୍ଭୀର ୪୦ ରୁ ୬୦ଟି ଅଣ୍ଡା ଦେଇଥାଏ। ଅଣ୍ଡା ଦେବାର ୭୫ ଦିନ ମଧ୍ୟରେ ଛୁଆ ବାହାରିଥାଏ। କୁମ୍ଭୀର ଅଣ୍ଡା ଦେବାପରେ ବସା ଉପରେ, ଓ ପାଖରେ କିମ୍ବା ୫/୧୦ଫୁଟ ଦୂରତା ମଧ୍ୟରେ ଜଗି ରହିଥାଏ। ଏହି କାରଣରୁ ବନବିଭାଗ ପକ୍ଷରୁ ପ୍ରତିବର୍ଷ ମଇ ୧ ତାରିଖରୁ ଜୁଲାଇ ୩୧ ତାରିଖ ଯାଏ ୩ ମାସ ଧରି ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ। ଜୁନ ପ୍ରଥମ ସପ୍ତାହରୁ ବନ କର୍ମଚାରୀ ଜଙ୍ଗଲ ମଧ୍ୟରେ ବୁଲି କୁମ୍ଭୀର ବସା ଚିହ୍ନଟ କରିବା ସହ ଜିପିଏସ୍‌ ଲୋକେଶନରେ ଫଟୋ ଉଠାଇଥାନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook