Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭିତରକନିକା ବୁଲିଲେ ୨୮୬୪ ପର୍ୟ୍ୟଟକ

    Share on :
    ajab-Image
    Date: Dec 22, 2025    Views: 3177

    ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନରେ ଜମୁଛି ପର୍ୟ୍ୟଟକଙ୍କ ଭିଡ଼। ରବିବାର ଜାତୀୟ ଉଦ୍ୟାନକୁ ପର୍ୟ୍ୟଟକଙ୍କ ସୁଅ ଛୁଟିଥିଲା। ବନ ବିଭାଗର ସୂଚନା ମୁତାବକ, ଡାଙ୍ଗମାଳ ମୁଖ୍ୟ ଗେଟ୍‌ ଦେଇ ୧୧୫୮ଜଣ ପର୍ୟ୍ୟଟକ ପ୍ରବେଶ କରି ବୁଲିବାର ମଜା ନେଇଥିଲେ । ସେହିପରି ଖୋଳାରୁ ୯୮ଟି ବୋଟ୍‌ରେ ୧୧୪୭ ଜଣ, ଚାନ୍ଦବାଲିରୁ ୧୨ଟି ବୋଟ୍‌ରେ ୧୮୧ ଜଣ ଓ ଗୁପ୍ତିରୁ ୨୭ଟି ବୋଟ୍‌ରେ ୩୭୮ ଜଣଙ୍କୁ ମିଶାଇ ମୋଟ ୨,୮୬୪ ଜଣ ପର୍ୟ୍ୟଟକ ଭିତରକନିକା ନଦୀରେ ବୁଲି ମଜା ନେଇଥିଲେ । 
    ପର୍ୟ୍ୟଟକ ବୋଟ୍‌ରେ ବସି ନଦୀରେ ବୁଲିବା ସମୟରେ ନଦୀପଠାରେ ଶୋଇ ରହିଥିବା କୁମ୍ଭୀର ସହିତ ହରିଣ ଓ ରଙ୍ଗବେରଙ୍ଗର ପକ୍ଷୀ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିଥିଲା । ଭିତରକନିକା ସେଲ୍‌ଫି ପଏଣ୍ଟ୍‌ରେ ଫଟୋ ଉଠାଇବା ପାଇଁ ପର୍ୟ୍ୟଟକମାନଙ୍କର ଉତ୍ସାହ ଦେଖିବାକୁ ମିଳିଥିଲା । ମେଟା ନର୍ସରୀ, ସଂଗ୍ରହାଳୟ, ଗୋରୀ ଓ ମଲ୍ଲୀ ରହୁଥିବା ପୋଖରୀ ନିକଟରେ ପର୍ୟ୍ୟଟକ ଅଧିକ ସମୟ ଅତିବାହିତ କରିଥିଲେ । ସ୍କାଏୱାକ୍‌ରେ ଅଧିକ ସଂଖ୍ୟାରେ ପର୍ୟ୍ୟଟକ ଚାଲିବା ସହିତ ନୂଆ ଅନୁଭୂତି ସାଉଣ୍ଟିଥିଲେ । ହ୍ୟାଚେରୀରେ ଛୋଟ ଛୋଟ କୁମ୍ଭୀର ଛୁଆଙ୍କୁ ଦେଖିବା ସହ ଧଳା କୁମ୍ଭୀର ଶ୍ୱେତାକୁ ଦେଖି ପର୍ୟ୍ୟଟକ ଭାବବିହ୍ୱଳ ହୋଇ ପଡ଼ିଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook