Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କଟକ ନେତାଜୀ ବସ ଟର୍ମିନାଲ ସ୍ଥାନାନ୍ତର ଦାବି ଉଠାଇଲେ ଭର୍ତ୍ତୃହରି

    Share on :
    ajab-Image
    Date: Apr 6, 2026    Views: 2466

    କଟକ : କଟକ ନେତାଜୀ ବସ ଟର୍ମିନାଲରେ ସ୍ଥାନାନ୍ତର ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦାବି । ଭର୍ତ୍ତୃହରି କହିଛନ୍ତି, କଟକ ବସ ଗମନାଗମନ ସୁଗମ କରିବାକୁ  କାଠଯୋଡ଼ି ଉପରେ ୧୩୦ କୋଟି ଟଙ୍କା ବ୍ୟୟରେ  ୬ ଲେନ୍ ସେତୁ କରାଯିବାର ଥିଲା । ହେଲେ ବର୍ଷ ବର୍ଷ ବିତି ଗଲେ ମଧ୍ୟ  ହୋଇପାରିନାହିଁ ।  କଟକ ସାଂସଦ ଭର୍ତ୍ତୃହରି ମହାତବ କହିଛନ୍ତି ଗୁଗଲ ମ୍ୟାପ ଜରିଆରେ ଦେଖି ଯୋଜନା ପ୍ରସ୍ତୁତ ହୁଏ ନାହିଁ । ଲୋକଙ୍କ ସହ ଆଲୋଚନା କରାଯିବା କଥା । ନକ୍ସା ଭୁଲ ହେଲେ ଯୋଜନା ଭୁଲ ହେଲେ କାମ ଭୁଲ ହେବ । ପୂର୍ବ ସରକାରଙ୍କୁ କହିଥିଲି । ସରକାର ଜିଦରେ ଅଟଳ ରହିଲେ । ଯେଉଁ ସମସ୍ୟା ଅଛି ତାହାର ସମାଧାନ ହୋଇନି ।
    ରେଲୱେର ଅନୁମତି ନିଆଯାଇ ନାହିଁ । ପୂର୍ତ୍ତ ବିଭାଗ ଇରିଗେସନ ଓ ରେଲୱେ ସହିତ କଥା ହୋଇ ନାହାନ୍ତି । ସବୁ ବିଭାଗର ସମନ୍ଵୟରେ ଯୋଜନା ପ୍ରସ୍ତୁତ ହେବା କଥା । ଏବେ ନେତାଜୀ ବସ ଟର୍ମିନାଲର ସୁବିଧା ଅସୁବିଧା ଜୁ ଆଖିରେ  ରଖି  ଏହାକୁ ଅନ୍ୟତ୍ର ସ୍ଥାନାନ୍ତରର  ଆବଶ୍ୟକତା ରହିଛି । ନେତାଜୀ  ଟର୍ମିନାଲରୁ ବାହାରି NH ରେ ବାହାରିବା ପାଇଁ ସ୍ଥାନ ନାହିଁ । ସବୁଠାରୁ ଭଲ ସ୍ଥାନ OMP ଥିଲା । ଯାହା ରେଳ ଷ୍ଟେସନ ପାଖ । ଯେଉଁଠାରେ ହେଉଛି ସେଇଟା ଠିକ ସ୍ଥାନ ନୁହେଁ । ଆଗକୁ ଲୋକଙ୍କ ସଂଖ୍ୟା ବଢ଼ିବ । ସରକାରଙ୍କୁ ନିବେଦନ ରହିବ ବସ ଷ୍ଟାଣ୍ଡ ଅନ୍ୟତ୍ର ହେବା ଦରକାର । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook