ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାର ବିଚାର ବିଭାଗୀୟ ତଦନ୍ତ ଆଜି ଠାରୁ ଆରମ୍ଭ ହୋଇଛି । ଏନେଇ ଆଜି ଭୁବନେଶ୍ୱର ସର୍କିଟ ହାଉସରେ ପ୍ରଥମ ବୈଠକ ବସିଛି । ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ବୈଠକରେ ପୁଲିସ ଡିଜି ୱାଇ ବି ଖୁରାନିଆଙ୍କ ସମେତ ଗୃହ ସଚିବ ମଧ୍ୟ ଉପସ୍ଥିତ ଅଛନ୍ତି ।
ଅନ୍ୟପକ୍ଷରେ ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ୟାତନା ମାମଲାରେ ନିଲମ୍ବିତ ଥାନା ଆଇଆଇସିଙ୍କ ସମେତ ୫ ପୁଲିସ ଅଧିକାରୀଙ୍କର ଆଜି ହେବ ପଲିଗ୍ରାଫ ଟେଷ୍ଟ।ଗୁଜରାଟ ଗାନ୍ଧିନଗରସ୍ଥିତ ଫୋରେନସିକ୍ ଲାବ୍ରୋଟୋରୀରେ ଆଜି ସେମାନଙ୍କର ମିଛ ଧରା ପରୀକ୍ଷା କରାଯିବ। ଭୁବନେଶ୍ୱର ଏସଡିଜେଏମ୍ କୋର୍ଟଙ୍କ ଅନୁମତି ପରେ ସେମାନଙ୍କୁ ସାଙ୍ଗରେ ନେଇ ଯାଇଛି ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍। ଆଇଆଇସିପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟର ସମ୍ମୁଖୀନ ହେବେ।
ଅବଶିଷ୍ଟ ୪ ପୁଲିସଙ୍କର କେବଳ ପଲିଗ୍ରାଫ ଟେଷ୍ଟ ହେବ । ଏହି ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନ ଥିବାରୁ ଏହି ଏସ୍ଆଇଙ୍କୁ ଘଟଣାର ପ୍ରତ୍ୟକ୍ଷଦର୍ଶୀ ତଥା ସାକ୍ଷୀ ଭାବେ ଗ୍ରହଣ କରାଯାଇଛି। କିନ୍ତୁ ନିଲମ୍ବିତ କନଷ୍ଟେବଲଙ୍କର କୌଣସି ଟେଷ୍ଟ କରାଯିବ ନାହିଁ।ସେମାନଙ୍କଠାରୁ ଘଟଣା ଦିନର ସତ ଜାଣିବାକୁ ଚାହିଁଛି କ୍ରାଇମବ୍ରାଞ୍ଚ।
Comments ସମସ୍ତ ମତାମତ