Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ସାରା ଦେଶରେ ଓଡ଼ିଶା ନିନ୍ଦିତ ହୋଇଛି: ସୁଲତା

    Share on :
    ajab-Image
    Date: Sep 21, 2024    Views: 3034

     

    ଭୁବନେଶ୍ୱର: ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ଅମାନବୀୟ ନିର୍ୟାତନା ଘଟଣାକୁ ନେଇ ରାଜନୈତିକ ବାୟାନବାଜି ଆରମ୍ଭ ହୋଇଯାଇଛି।  ଏହାରି ଭିତରେ ବିଜେଡି ପକ୍ଷରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଛି ।  ସରକାର ଗଠନ ହେଉ ହେଉ ରାଜ୍ୟପାଳଙ୍କ ପୁଅ ପୁରୀ ରାଜଭବନରେ କାର୍ୟ୍ୟରତ ଅଧିକାରୀ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରି ଲହୁ ଲୁହାଣ କଲେ। ସେତେବେଳେ ଶ୍ରୀ ପ୍ରଧାନଙ୍କ ପତ୍ନୀ କାନ୍ଦି କାନ୍ଦି ସରକାରଙ୍କୁ ନ୍ୟାୟ ଭିକ୍ଷା କଲେ। କିନ୍ତୁ ସରକାର ଦୋଷୀଙ୍କୁ ଘଣ୍ଟ ଘୋଡାଇ ରଖିଲେ। ପରିଣାମ ସ୍ୱରୂପ ଭରତପୁର ଥାନା ପୁଲିସ ଏପରି ଅମାନୁଷିକ କାଣ୍ଡ ଘଟାଇବା ପାଇଁ ସାହସ ପାଇଲା। ସରକାର ଯଦି ପୁରୀ ମାମଲାରେ ଉପଯୁକ୍ତ ପଦକ୍ଷେପ ନେଇଥାନ୍ତେ ତା ହେଲେ ହୁଏତ ଏପରି ଘଟଣା ପାଇଁ ପୁଲିସ ସାହସ କରିପାରିନଥାନ୍ତେ। ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ସାରା ଦେଶରେ ଓଡ଼ିଶା ନିନ୍ଦିତ ହୋଇଛି ବୋଲି ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook