Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୋହନ ସରକାର ହେଉଛି ଏକ ଦୁର୍ବଳ ସରକାର:ଲେଖାଶ୍ରୀ

    Share on :
    ajab-Image
    Date: Sep 21, 2024    Views: 3390

    ଭୁବନେଶ୍ୱର :ନବୀନ ସରକାରେ ମୋ ସରକାର କାର୍ୟ୍ୟକ୍ରମ ଅଧୀନରେ ସବୁ ଥାନା ଉପରେ ନଜର ରଖାଯାଉଥିଲା। ଥାନା ହେଉ ଅବା ଡାକ୍ତରଖାନା ସେଠାକୁ ଆସୁଥିବା ଲୋକଙ୍କୁ ଫୋନ୍‌‌ କରି ସରକାର ସେମାନଙ୍କ ଅନୁଭୂତି ସଂଗ୍ରହ କରୁଥିଲେ। ସରକାରୀ ସେବାର ପରିସୀମା ବୃଦ୍ଧି ପାଇଥିଲା। ଲୋକଙ୍କୁ ନ୍ୟାୟ ଦେଉଥିଲା ମୋ ସରକାର। କିନ୍ତୁ ଏହି ସରକାର ଆସିବା ପରେ ମୋ ସରକାର ପରି ଏକ ଭଲ ପଦକ୍ଷେପକୁ ବନ୍ଦ କରିଦେଲେ। ଏହି ଘଟଣାକୁ ଚପାଇ ଦେବା ପାଇଁ ପୁଲିସ ସହିତ ମୋହନ ସରକାର ବିଧିବଦ୍ଧ ଷଡ଼ଯନ୍ତ୍ର ଚଳାଇଛନ୍ତି। ମୋହନ ସରକାର ହେଉଛି ଏକ ଦୁର୍ବଳ ସରକାର ବୋଲି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। 
    ବିଜେପି ସରକାର ନିଜର ୧୦୦ ଦିନର ସଫଳତା ବଖାଣୁଛନ୍ତି। କିନ୍ତୁ ସେହି ସମୟରେ ଗୋଟିଏ ପରେ ନିନ୍ଦନୀୟ ଘଟଣା ପାଇଁ ସାରା ଦେଶରେ ଓଡ଼ିଶାର ମୁଣ୍ଡ ତଳକୁ ହୋଇଯାଇଛି। ଏହି ହେଉଛି ନିଜକୁ ରାଷ୍ଟ୍ରବାଦୀ ଦଳ, ଓଡିଆ ଅସ୍ମିତାର ରକ୍ଷାକାରୀ ଓ ଲୋକଙ୍କ ସରକାର ବୋଲି କହୁଥିବା ବିଜେପିର ଅସଲ ଚେହେରା। ରାଜଧାନୀର ଥାନାରେ ଯଦି ଜଣେ ସେନା ଅଧିକାରୀ ଓ ଜଣେ ମହିଳାଙ୍କ ପ୍ରତି ପୁଲିସ ଯେପରି ହୀନ ଆଚରଣ କରିଛି ସେଥିରୁ ଜଣାପଡୁଛି ରାଜ୍ୟର ଅନ୍ୟ ଜିଲ୍ଲାରେ ଥିବା ଥାନାରେ ଲୋକଙ୍କୁ କେମିତି ନ୍ୟାୟ ଦିଆଯାଏ। ଏହାକୁ ଯେତେ କଡ଼ା ଭାଷାରେ ନିନ୍ଦା କଲେ ବି କମ୍‌‌ ହେବ ବୋଲି ବିଜେଡି କହିଛି। ପୁଲିସର ଏତାଦୃଶ ଆଚରଣ ଏବଂ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ରାଜ ଭବନ ସମ୍ମୁଖରେ ଧାରଣା ଦିଆଯିବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook