ଭୁବନେଶ୍ୱର:ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନ୍ୟାୟିକ ତଦନ୍ତ କଥା କହୁଛନ୍ତି, ତେବେ କନ୍ଧମାଳ ତଦନ୍ତ ରିପୋର୍ଟ କୁଆଡ଼େ ଗଲା। ନବୀନ ବାବୁଙ୍କ ବେଳେ ୨୪ ନ୍ୟାୟିକ ତଦନ୍ତ ହେଲା, ତାହାର ରିପୋର୍ଟ କାହିଁ’ ବୋଲି କହିଛନ୍ତି ମନ୍ତ୍ରୀ। ୨୪ ବର୍ଷର ସରକାର ଚାହିଁଥିଲେ ହିଂସାମୁକ୍ତ ଓଡ଼ିଶା ଗଠନ ହୋଇପାରିଥାନ୍ତା। ନବୀନ ଆଦର୍ଶ ଥାନା କରୁଥିଲେ, ଆମ ସରକାର ଆଦର୍ଶ ପୋଲିସ ପାଇଁ ଚେଷ୍ଟା କରିବ। -‘ନବୀନ ଯଦି ତାଙ୍କ ସମୟରେ ବୁଝୁଥାନ୍ତେ, ନାରୀ ନିର୍ୟାତନା ହୋଇନଥାନ୍ତା। ନିଜେ ରାଜଧର୍ମ ପାଳନ କଲେନି, ଏବେ ଶହେ ଦିନର ସରକାରକୁ ପାଠ ପଢ଼ାଉଛନ୍ତି ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ୟାତନା ଘଟଣାରେ ମୁହଁ ଖୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ମନ୍ତ୍ରୀ ଶ୍ରୀ ପୂଜାରୀ ଏଭଳି କହିଛନ୍ତି ।
ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ୟାତନା ଘଟଣାରେ ମୁହଁ ଖୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଏହାକୁ ନିନ୍ଦନୀୟ କହିବା ସହ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ। ଥାନାରେ ଯାହା ଘଟିଲା ତାହା ଗଭୀର ଆଘାତ ଦେଇଛି। ମେଜରଙ୍କ ବାନ୍ଧବୀଙ୍କୁ ଯୌନ ନିର୍ୟାତନା ଦିଆଯାଇଛି। ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣରେ ସରକାର ବିଫଳ ହୋଇଥିବା ନବୀନ କହିଥିଲେ। ତୁରନ୍ତ ତଦନ୍ତ ସାରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।
Comments ସମସ୍ତ ମତାମତ