Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଶିକ୍ଷାମନ୍ତ୍ରୀ ଇସ୍ତଫା ନଦେଲେ, ଓଡିଶା ବନ୍ଦ : ଭକ୍ତ

    Share on :
    ajab-Image
    Date: Jul 27, 2026    Views: 2233

    ଭୁବନେଶ୍ୱର:  ସାମ୍ବାଦିକ ମାନଙ୍କୁ ବିବୃତ୍ତି ଦେଇ ଓପିସିସି ସଭାପତି ଭକ୍ତ ଚରଣ ଦାସ ସରକାରଙ୍କୁ ରୋକଠୋକ କହିଛନ୍ତି ଯେ, ଯଦି ଆଗାମୀ 7 ଦିନ ମଧ୍ୟରେ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବେ ନାହିଁ ତେବେ କଂଗ୍ରେସ ଓଡିଶା ବନ୍ଦ କରିବ l 

    1942 ଆନ୍ଦୋଳନ ପରେ ରାହୁଳ ଗାନ୍ଧୀଙ୍କ ନେତୃତ୍ୱରେ ଭାରତରେ ଛାତ୍ରଙ୍କ ଆନ୍ଦୋଳନ ଏକ ବିଶାଳ ଜନ ଆନ୍ଦୋଳନରେ ପରିବର୍ତ୍ତନ ହେଲାଣି l ଛାତ୍ରଙ୍କ ଭବିଷ୍ୟତ ସହିତ କୌଣସି ପ୍ରକାର ସାଲିସ କରାଯିବ ନାହିଁ ଏବଂ ଛାତ୍ରଙ୍କ ପ୍ରତ୍ୟେକ କାର୍ଯ୍ୟରେ ସହାୟତା ପାଇଁ ରାହୁଳ ଗାନ୍ଧୀଙ୍କ ଆହ୍ୱାନ କଂଗ୍ରେସ ରାଜ୍ୟର କୋଣ ଅନୁକୋଣରେ ଲାଗୁ କରିବ l ଓଡ଼ିଶାରେ ଜେନ ଜୀଙ୍କ ଆନ୍ଦୋଳନକୁ କଂଗ୍ରେସର ସମସ୍ତ ପ୍ରକାର ସମର୍ଥନ ଓ ସହଯୋଗ ରହିବ ବୋଲି ଶ୍ରୀ ଦାସ କହିଛନ୍ତି l
    ସେ ଆହୁରି କହିଛନ୍ତି ଯେ, ଜେନ ଜୀ ଆନ୍ଦୋଳନ ପରେ ବିଜେପିର ଓଲଟା ଗଣତି ଆରମ୍ଭ ହୋଇଯାଇଛି l କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଲା ପରେ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦେବାରେ ଅସୁବିଧା କଣ ବୋଲି ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି l

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook