Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

    Share on :
    ajab-Image
    Date: Feb 9, 2026    Views: 3142

    ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା ୧୨ ତାରିଖରେ ଧର୍ମଘଟ ଓ ବନ୍ଦ ଡାକରା ଦିଆଯାଇଛି। ଅଖିଳ ଭାରତୀୟ ଟ୍ରେଡ୍‌ ୟୁନିୟନ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏହି ଧର୍ମଘଟକୁ ରାଜ୍ୟ କଂଗ୍ରେସ ସମ୍ପୂର୍ଣ୍ଣ ସମର୍ଥନ କରିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।
    ଭକ୍ତ କହିଛନ୍ତି, ଉପା ଅମଳରୁ ଚାଲିଆସିଥିବା କଲ୍ୟାଣକାରୀ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଆଇନକୁ  କେନ୍ଦ୍ର ସରକାର ଉଚ୍ଛେଦ କରି ଭି ବି ଜି-ରାମ-ଜି ପରି ଶ୍ରମିକ ବିରୋଧୀ ଯୋଜନା ଲାଗୁ କରିଛନ୍ତି। କଂଗ୍ରେସ ପକ୍ଷରୁ ଏହାକୁ ନେଇ ଦେଶବ୍ୟାପୀ  ଧର୍ମଘଟ, ବିକ୍ଷୋଭ, ଅନଶନ ଚାଲିଆସିଛି।  ବିହନ, ସାର ଓ ଧାନ ସଂଗ୍ରହରେ ଅବ୍ୟବସ୍ଥା କରି ରାଜ୍ୟ ସରକାର ଚାଷୀକୁଳକୁ ଚରମ ଦୁର୍ଦ୍ଦିନକୁ ଠେଲି ଦେଇଛନ୍ତି। ଶ୍ରମିକ, ସାଧାରଣ ଉପଭୋକ୍ତା ଓ ଚାଷୀମାନଙ୍କର ସମୂହ ସ୍ବାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶାରେ କଂଗ୍ରେସର ତୃଣମୂଳସ୍ତର ଯାଏ ନେତା ଓ କର୍ମୀ ଏହି ଧର୍ମଘଟକୁ ସମର୍ଥନ କରିବା ପାଇଁ ପିସିସି ପକ୍ଷରୁ ଡିସିସିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଭକ୍ତ କହିଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook