ମୁଖ୍ୟ ଖବର
ଭୁବନେଶ୍ଵର : ରାଜ୍ୟ ରାଜନୀତିରେ ବଡ଼ ହଲଚଲ୍। ଖୁବଶୀଘ୍ର ନବୀନ-ଭକ୍ତ ଭେଟଘାଟ। ଦିନେ କି ଦୁଇ ଦିନ ଭିତରେ ହେବ ସ୍ପଷ୍ଟ। ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସ ପିସିସି ସଭାପତି ଭକ୍ତ ଦାସଙ୍କ ପ୍ରତିକ୍ରିୟା। ସେ କହିଛନ୍ତି ଯେ, "ବିପକ୍ଷ ଦଳ ପାଇଁ ସୁଯୋଗ ଅଛି, ଆଲୋଚନା କଲେ ଅନେକ କଥା ସାମ୍ନାକୁ ଆସିବ। ବିଜେଡି ଓ କଂଗ୍ରେସର ସଂଖ୍ୟାକୁ ନେଇ ସମ୍ଭାବନା ଦେଖାଦେଉଛି। ସମ୍ଭାବନାକୁ ଚେଷ୍ଟା କରିବା ରାଜନୈତିକ ଅପରାଧ ନୁହଁ। ଆମେ ଜାଣିଛୁ ଜିତି ପାରିବୁନି, ରାଜ୍ୟର ସ୍ବାର୍ଥ ପାଇଁ ଆମେ ଲଢିବୁ। ଦଳର ମର୍ଯ୍ୟାଦା ପାଇଁ ଲଢିବୁ।"
ସେହିପରି ପଞ୍ଚାୟତ ନିର୍ବାଚନକୁ ନେଇ ଭକ୍ତ କହିଛନ୍ତି ଯେ, ସରକାର ଦ୍ବନ୍ଦରେ ଅଛନ୍ତି। ନିର୍ବାଚନ କମିଶନ ଓ ବିଜେପି ସଭାପତି ମଧ୍ୟରେ ତାଳମେଳ ରହୁନାହିଁ। ପଞ୍ଚାୟତ ନିର୍ବାଚନ କରିବା ପାଇଁ ସରକାରଙ୍କ କ୍ଷମତା ନାହିଁ। ନିୟମ ଅନୁଯାୟୀ ପଞ୍ଚାୟତ ନିର୍ବାଚନ ହେବା ଉଚିତ, ରାଜ୍ୟ ସରକାର କଲା ଭଳି ଅନୁଭବ ହେଉନି । ବିଜେପି ସରକାର ହେଉଛି ପତ୍ତନମୁଖି ସରକାର । ଏ ସରକାର ବିଭିନ୍ନ କ୍ଷେତ୍ରରେ ଫେଲ ମାରିଛି। ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ ଅଛି । ଉପ ନିର୍ବାଚନରେ କଂଗ୍ରେସ ୨ୟ ସ୍ଥାନରେ ଥିଲା । ନିଜ ଚୌକି ବଞ୍ଚାଇବାକୁ ବିଜେପି ପ୍ରୟାସ କରୁଛି।
Comments ସମସ୍ତ ମତାମତ